ନୂଆଦିଲ୍ଲୀ: ବଲିଉଡର ବିବାଦୀୟ କୁଇନ ରୂପେ ବେଶ ଜଣାଶୁଣା କଙ୍ଗନା ରଣାୱତ । ସେ ସର୍ବଦା ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏବେ କଙ୍ଗନା ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ।
ନିକଟରେ କଙ୍ଗନା ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଘୋଡାକୁ ଚାରା ଖୁଆଉଥିବାର ନଜର ଆସିଛନ୍ତି । ଏବେ କଙ୍ଗନାଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଇନଷ୍ଟାଗ୍ରାମରେ କଙ୍ଗନା ଏହି ଫଟୋଗୁଡ଼ିକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ତୁମେ ମନୁଷ୍ୟର ଭଲପାଇବା ଜିତିବା ପାଇଁ ତୁମେ ତୁମର ସବୁକିଛି ଦେଇପାରିବ, କିନ୍ତୁ ଏକ ଛୋଟ ଭୁଲ ଯୋଗୁ ସେ ତୁମକୁ ନେଇ ତାର ଚିନ୍ତାଧାରା ବଦେଳେଇ ଦେବ । କିନ୍ତୁ ଯଦି ତୁମେ ଥରେ କୌଣସି ପଶୁକୁ ତୁମକୁ ଭଲପାଇବା ଦେଇଥିବ, ସେ ସର୍ବଦା ତୁମ ସହିତ ରହିଥାଏ ।