ଓଡିଶା

odisha

ETV Bharat / sitara

ବିନା ମେକଅପରେ ବିପାଶା, ଫ୍ୟାନ୍ସଙ୍କ ଅଜବ ଗଜବ କମେଣ୍ଟ

ସୋସିଆଲ ମିଡିଆରେ ଭାଇରାଲ ହେଲା ସେକ୍ସୀ ଅଭିନେତ୍ରୀ ବିପାଶା ବାସୁଙ୍କ ନୂଆ ଫଟୋ । ଏଥର ସେ ଭିନ୍ନ ଅନ୍ଦାଜରେ ଆସିଲେ ନଜର । ଅଧିକ ପଢ଼ନ୍ତୁ...

By

Published : May 27, 2020, 9:53 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିପାଶା ବାସୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିପାଶା ବାସୁ

ମୁମ୍ବାଇ: ବି-ଟାଉନର ବ୍ଲାକ ବ୍ୟୁଟି ବିପାଶା ବାସୁ ହୁଏତଃ ବିବାହ ପରଠୁ ଫିଲ୍ମ ଜଗତରୁ ଦୂରେଇ ଅଛନ୍ତି । ହେଲେ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ । ଆଉ ଏହା ଜରିଆରେ ସେ ଫ୍ୟାନ୍ସଙ୍କ ପାଇଁ ଅନେକ ମଜାଦାର ଜିନିଷ ସେୟାର କରୁଥିବାର ନଜର ଆସିନ୍ତି । ଏବେ ସେ ନିଜର ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ । ସେ ବିନା ମେକଅପର ଏକ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଏହି ଫଟୋ ବ୍ରାଉନ ଗାର୍ଲର।’ ସେପଟେ ଫ୍ୟାନ୍ସଙ୍କ ମନ କିଣିଛି ତାଙ୍କ ଏହି ଫଟୋ । ସବୁବେଳେ ମେକଅପରେ ରହୁଥିବା ବିପାଶଙ୍କ ବିନା ମେକଅପ ଫଟୋ ଦେଖି ଖୁସି ହୋଇଯାଛନ୍ତି ଫ୍ୟାନ୍ସ ।

ତାଙ୍କ ଜଣେ ଫ୍ୟାନ ଲେଖିଛନ୍ତି, ‘ମ୍ୟାମ ଆପମ ବିନା ମେକଅପରେ ମଧ୍ୟ ସୁନ୍ଦର ଦେଖାଯାଉଛନ୍ତି । ସେହିପରି ଆଉ ଜଣେ ଲେଖିଛନ୍ତି, ‘ଆପଣ ଏତେ ସୁନ୍ଦର କାହିଁକି ?’ ଆପଣ ମଧ୍ୟ ଦେଖନ୍ତୁ ଫଟୋ...

ABOUT THE AUTHOR

...view details