ଓଡିଶା

odisha

କୁଇନଙ୍କ ହୋମଟାଉନରେ ସୈଫଙ୍କ ଆଗାମୀ ଫିଲ୍ମ ସୁଟିଂ

ଆରମ୍ଭ ହେବାକୁ ଯାଉଛି କମେଡି ହରର ଡ୍ରାମା ଫିଲ୍ମ ‘ଭୂତ ପୋଲିସ’ । ଏହି ମଲ୍ଟି ଷ୍ଟାରର ଫିଲ୍ମ ସୁଟିଂକୁ ନେଇ ସାମ୍ନାକୁ ଆସିଲା ନୂଆ ଖବର ।

By

Published : Oct 24, 2020, 6:46 PM IST

Published : Oct 24, 2020, 6:46 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୈଫ ଅଲ୍ଲୀ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୈଫ ଅଲ୍ଲୀ ଖାନ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ପୱନ କୃପାଲାନୀଙ୍କ ଆଗାମୀ ହରର କମେଡି ଫିଲ୍ମ ‘ଭୂତ ପୋଲିସ’କୁ ନେଇ ଚର୍ଚ୍ଚା । ଦେଶରେ ଫିଲ୍ମର ସୁଟିଂ କରିବାକୁ ସ୍ଥିର କରିଛନ୍ତି ମେକର୍ସ । ସୈଫ ଅଲ୍ଲୀ ଖାନ, ଅର୍ଜୁନ କପୁର, ଜ୍ୟାକଲିନ ଫର୍ଣ୍ଣାଡିଜ, ଫତିମା ସନା ସୈଫ ଓ ଅଲ୍ଲୀ ଫଜଲ ଭଳି କଳାକାର ଏହି ଫିଲ୍ମରେ ନଜର ଆସିବେ। ଯାହାର ଆଗାମୀ ସୁଟିଂ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ରାଜ୍ୟ ତଥା କଙ୍ଗନା ରଣାୱତଙ୍କ ହୋମଟାଇନ୍ ହିମାଚଳ ପ୍ରଦେଶରେ ହେବ।

ଗତ ବର୍ଷ ‘ଭୂତ ପୋଲିସ’ର ଘୋଷଣା କରିଥିଲେ ପୱନ। ଏବର୍ଷ ଜାନୁଆରୀରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥାଆନ୍ତା । ହେଲେ କୋରୋନା ସଙ୍କଟ ପାଇଁ ଦେଶରେ ଫିଲ୍ମ ସୁଟିଂ ସବୁ ଅଧାରେ ବନ୍ଦ କରି ଦିଆଯାଇଥିଲା ।

ଫିଲ୍ମ ସୁଟିଂକୁ ନେଇ ପୱନ କହିଛନ୍ତି ଯେ ‘ଭୂତ ପୋଲିସ’ର ପ୍ରଥମ ସିଡ୍ୟୁଲ ଧର୍ମଶାଳାରେ ଆରମ୍ଭ ହେବ । ଏହାପରେ ଦ୍ବିତୀୟ ସିଡ୍ୟୁଲ ଡଲହୋଜି ଓ ପାଲମପୁରରେ କରାଯିବ ।

ABOUT THE AUTHOR

...view details