ମୁମ୍ବାଇ: ବି-ଟାଉନର ସେକ୍ସୀ ଅଭିନେତ୍ରୀ ଦିଶା ପଟାନୀ ଫିଲ୍ମଠୁ ଅଧିକ ନିଜ ଫିଟନେସ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ନିଜକୁ ସବୁବେଳେ ଫିଟ୍ ରଖିବା ପାଇଁ ଘଣ୍ଟା ଘଣ୍ଟା ଜିମରେ ସମୟ ବିତାନ୍ତି । ଇତିମଧ୍ୟରେ ତାଙ୍କର ଦୁଇଟି ୱାର୍କଆଉଟ ଭିଡିଓ ସୋସିଆଲ ମିଡିରେ ଦେଖିବାକୁ ମିଳୁଛି । ଯାହା ଦେଖି ଫ୍ୟାନ୍ସଙ୍କ ସହ ଆକ୍ସନ ହିରୋ ତଥା ଖାସ୍ ବନ୍ଧୁ ଟାଇଗର ଶ୍ରଫ ଫିଦା ହୋଇଯାଇଛନ୍ତି । ଆଜ୍ଞା ହଁ, ଭାଇରାଲ ହେଉଥିବା ଭିଡିଓରେ ଦିଶା 80 କେଜି ଓଜନ ଧରି କୁଲ ରେଞ୍ଜ ସ୍କ୍ବାଟ ମାରୁଥିବାର ନଜର ଆସୁଛନ୍ତି ।
ଦୁଇଟି ଥ୍ରୋବ୍ୟାକ ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ସେ । ପ୍ରଥମ ଭିଡିଓରେ ସେ 75 କେଜି ଓଜନ ଧରି ୱାର୍କଆଉଟ କରୁଥିବାର ବେଳେ ଦ୍ବିତୀୟ ଭିଡିଓରେ 80 କେଜି ଧରିଥିବାର ଦେଖାଯାଉଛନ୍ତି ।