ଓଡିଶା

odisha

By

Published : Oct 24, 2020, 7:03 PM IST

ETV Bharat / sitara

ଫିଲ୍ମରେ ଆକ୍ସନ ସିନ କରିବେନି ମୁନ୍ନା ଭାଇ!

ସଞ୍ଜୟଙ୍କୁ ନେଇ ନୂଆ ଖବର । କ୍ୟାନ୍ସରକୁ ହରାଇଥିବା ସଞ୍ଜୟଙ୍କ ଆକ୍ସନ ସିନ ଆଉ ପରଦାରେ ଦେଖିପାରିବେନି ଦର୍ଶକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତ ନିକଟରେ କ୍ୟାନ୍ସର ରୋଗକୁ ମାତ୍ ଦେଇଥିଲେ । ଯାହାକୁ ନେଇ ଫ୍ୟାନ୍ସଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା । ସୁସ୍ଥ ହେବାର ସୂଚନା ସେ ସୋସିଆଲ ମିଡିଆରେ ଦେଇ ସମସ୍ତଙ୍କୁ ଖୁସ୍ କରିଦେଇଥିଲେ । ଆଉ ତାଙ୍କୁ ପରଦାରେ ପୁଣିଥରେ ଦେଖିବା ପାଇଁ ବ୍ୟାକୁଳ ଅଛନ୍ତି ଫ୍ୟାନ୍ସ। ଇତିମଧ୍ୟରେ ତାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ଫିଲ୍ମରେ ଅଭିନୟ ତ କରିପାରିବେ ସେ ହେଲେ ଆଉ ତାଙ୍କ ଆକ୍ସନ ସିନ ଦେଖିବାକୁ ମିଳିବ ନାହିଁ ।

କଥାଟି ହେଲା ଯେ ବର୍ତ୍ତମାନ ତାଙ୍କ ଫିଟନେସ୍ ଏତେ ଭଲ ନାହିଁ ଯେ ସେ ଫିଲ୍ମରେ ସମସ୍ତ ପ୍ରକାର ସିନ କରିପାରିବେ । ଯାହାକୁ ଦୃଷ୍ଟିରେ ରଖି ତାଙ୍କ ଆଗାମୀ ଫିଲ୍ମ ‘ପୃଥ୍ବିରାଜ’ ଓ ‘କେଜିଏଫ 2’ରେ ତାଙ୍କର କିଛି ସିନକୁ ପରିବର୍ତ୍ତନ କରାଯାଇଛି ।

ସେପଟେ ‘କେଜିଏଫ 2’ରେ ସଞ୍ଜୟଙ୍କ ଅପୋଜିଟରେ ନଜର ଆସିବାକୁ ଯାଉଥିବା ତାମିଲ ସୁପରଷ୍ଟାର ୟଶ ଏହି ମାମଲାରେ କହିଛନ୍ତି, ‘ଆମ ପାଇଁ ସଞ୍ଜୟଙ୍କ ସ୍ବାସ୍ଥ୍ୟ ପ୍ରଥମ କଥା । ସେ ଠିକ୍ ହେବାକୁ ଆମେ ଅପେକ୍ଷା କରିଥିଲୁ । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ଆମେ ତାଙ୍କ ସ୍ବାସ୍ଥ୍ୟ ଅନୁଯାୟୀ କାମ କରିବୁ ।’

ପ୍ରକାଶ ଥାଉକି ୟଶଙ୍କ ଅନୁରୋଧ କ୍ରମେ ‘କେଜିଏଫ 2’ର ନିର୍ମାତା ଫିଲ୍ମର କିଛି ସିନ ପରିବର୍ତ୍ତନ କରିଛନ୍ତି ।

ABOUT THE AUTHOR

...view details