ଓଡିଶା

odisha

ETV Bharat / sitara

ବୋଲ୍ଡ ଲୁକରେ ଫ୍ୟାନ୍ସଙ୍କୁ ପାଗଳ କଲେ ଅମୀଷା

ଅମୀଷା ପଟେଲ ପ୍ରାୟତଃ ନିଜ ଫଟୋସୁଟ ସହ ବିହାଇଣ୍ଡ ଦ ସିନର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ସେୟାର କରନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଜାଣିପାରନ୍ତି ଯେ ସୁଟ ସମୟରେ ପରଦା ପଛରେ କଣ ହେଉଛି ।

By

Published : Jun 15, 2019, 11:39 PM IST

ଫଟୋସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅମୀଷା ପଟେଲ

ମୁମ୍ବାଇ: 'କହୋ ନା ପ୍ୟାର ହେ', 'ଗଦର' ଭଳି ସୁପରହିଟ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଅମୀଷା ପଟେଲ ଏବେ ହୁଏତଃ ଫିଲ୍ମ ଠାରୁ ଦୂରେଇ ଅଛନ୍ତି । କିନ୍ତୁ ଫିଲ୍ମ କରୁନଥିଲେ ମଧ୍ୟ ସେ ବର୍ତ୍ତମାନ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଅମୀଷା ଫ୍ୟାନ୍ସଙ୍କ ପାଇଁ ହଟ ଆଣ୍ଡ ବୋଲ୍ଡ ଫଟୋ ପୋଷ୍ଟ କରନ୍ତି । ଏହିପରି ସେ ଫ୍ୟାନ୍ସଙ୍କୁ ଅପଡେଟ ରଖନ୍ତି ଏବଂ ଚର୍ଚ୍ଚାରେ ମଧ୍ୟ ରୁହନ୍ତି ।

ଆଜିକାଲି ଅମୀଷା ଗୋଟିଏ ଫଟୋସୁଟକୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫଟୋସୁଟର ଫଟୋ ଏବଂ ଭିଡିଓ ଅମୀଷା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଯେଉଁ ଫଟୋ ଅମୀଷା ପୋଷ୍ଟ କରିଛନ୍ତି ସେଥିରେ ସେ ଅନେକ ବୋଲ୍ଡ ପୋଜ ଦେଇଥିବାର ଦେଖାଯାଉଛନ୍ତି ଏବଂ ଗ୍ରୀନ ବ୍ୟାକଲେସ ଡ୍ରେସରେ ନଜର ଆସିଛନ୍ତି ।

ଅମୀଷାଙ୍କ ଏହି ହଟ୍ ପୋଜ ଫ୍ୟାନ୍ସଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସୁଛି । ଇନଷ୍ଟାରେ ଫଟୋ ସେୟାର କରି ଫଟୋଗ୍ରାଫରକୁ ଅମୀଷା ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଫଟୋ ସହ ସେ ଦୁଇଟି ଭିଡିଓ ମଧ୍ୟ ସେୟାର କରିଛନ୍ତି । ଭିଡିଓ ଦେଖି ଆପଣ ବୁଝିପାରିବେ ବାସ୍ତବରେ ଫଟୋସୁଟ କିପରି କରାଯାଉଛି ।

For All Latest Updates

ABOUT THE AUTHOR

...view details