ଓଡିଶା

odisha

By

Published : May 25, 2019, 5:47 PM IST

ETV Bharat / sitara

ହାପି ବର୍ଥ ଡେ' କରଣ

ବଲିଉଡକୁ ଅନେକ ସଫଳ ଚଳଚ୍ଚିତ୍ର ଅଫର ଦେଇଥିବା କରଣ ଜୋହର ଆଜି 47 ବର୍ଷରେ ପଦାପର୍ଣ କରିଛନ୍ତି । ଜନ୍ମଦିନ ଅବସରରେ କିଙ୍ଗଖାନଙ୍କ ସହ ସୁପରହିଟ ହୋଇଥିବା ଫିଲ୍ମ ସମ୍ପର୍କରେ କିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ‘କୁଛ କୁଛ ହୋତା ହେ’ ରୁ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଥିବା କରଣ ଜୋହରଙ୍କ ଆଜି ଜନ୍ମଦିନ । 47 ବର୍ଷିୟ କରଣ କ୍ୟାରିୟର ଆରମ୍ଭରେ ଚାରୋଟି ଫିଲ୍ମ ଶାହାରୁଖଙ୍କୁ ନେଇ କରିଥିଲେ ଓ ଚାରୋଟି ଯାକ ସୁପରହିଟ ହୋଇଥିଲା । ବକ୍ସ ଅଫିସରେ ସର୍ବାଧିକ ବ୍ୟବସାୟ ମଧ୍ୟ କରିଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

1998ରେ ରିଲିଜ ହୋଇଥିବା ଫିଲ୍ମ ‘କୁଛ କୁଛ ହୋତା’ରେ କରଣ ଲଭ ଟ୍ରାଙ୍ଗେଲର ଆରମ୍ଭ କରିଥିଲେ । ଶାହାରୁଖ କାଜଲଙ୍କ ପ୍ରେମ କାହାଣୀ ସହ ରାଣୀ ମୁଖାର୍ଜୀଙ୍କୁ ସପୋର୍ଟିଂ ରୋଲରେ ଦେଖିବାକୁ ମିଳିଥିଲା । ଏହାସହ ସଲମାନଙ୍କ ଗେଷ୍ଟ ଆପିଅରାନ୍ସ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

2001ରେ ‘କଭି ଖୁସି କଭି ଗମ’ ଫ୍ୟାମିଲି ଡ୍ରାମା ନେଇକି ଆସିଲେ କରଣ । ମଲ୍ଟି ଷ୍ଟାରକାଷ୍ଟଙ୍କୁ ଫିଲ୍ମରେ ଦେଖିବାକୁ ମିଳିଥିଲା । ଶାହାରୁଖ, କାଜୋଲ, କରିନା, ହ୍ରିତିକ, ଜୟା ଓ ଅମିତାଭଙ୍କୁ ଏକାଠି ଦେଖିବାକୁ ମିଳିଥିଲା । 2006 ପର୍ଯ୍ୟନ୍ତ ବକ୍ସ ଅଫିସରେ ଫିଲ୍ମର କ୍ରେଜ ରହିଲା । ସବୁଠୁ ଅଧିକ 2001 ରୁ 2006 ମଧ୍ୟରେ ସବୁଠୁ ଅଧିକ ରୋଜଗାର କରିଥିବା ଫିଲ୍ମ ଥିଲା ଏହା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

2003ରେ ଶାହାରୁଖଙ୍କୁ ନେଇ ପୁଣି ଫିଲ୍ମ କରିଥିଲେ ‘କଲ ହୋ ନା ହୋ’। ଫିଲ୍ମରେ ଶାହାରୁଖଙ୍କ ସହ ପ୍ରୀତି ଜିଣ୍ଟା, ସୈଫ ଅଲ୍ଲି ଖାନ, ଜୟା ବଚ୍ଚନଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମର ସବୁଯାକ ଗୀତ ଦର୍ଶକଙ୍କ ମନକୁ ଖୁବ ଛୁଇଁଥିଲା । ଏପରିକି ଦର୍ଶକ ସିନେମା ହଲରେ କାନ୍ଦିବାର ବି ନଜିର ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ


2006 ପୁଣି ଡ୍ରାମା ଫିଲ୍ମ ନେଇକି ଆସିଲେ କରଣ । ଫିଲ୍ମ ‘କଭି ଅଲବିଦା ନା କେହେନା’ରେ ପୁଣି ଦର୍ଶକଙ୍କୁ କନ୍ଦାଇଥିଲେ କରଣ । ଫିଲ୍ମରେ ଏକ୍ସଟ୍ରା ମ୍ୟାରେଟାଲ ଆଫେୟର ବିଷୟରେ ଦେଖିବାକୁ ମିଳିଥିଲା । ଶାହାରୁଖଙ୍କ ସହ ଅଭିଷେକ ବଚ୍ଚନ, ଅମିତାଭ ବଚ୍ଚନ, ପ୍ରୀତି ଜିଣ୍ଟା, ରାଣୀ ମୁଖାର୍ଜୀ ନଜର ଆସିଥିଲେ ।

ଭିଡିଓ କ୍ୟାପସନ: ସୋସିଆଲ ମିଡିଆ

କରଣ ଏକାଧାରାରେ ସଫଳ ନିର୍ଦ୍ଦେଶକ ସହ ପ୍ରଯୋଜକ, ସ୍କ୍ରିନରାଇଟର, ଅଭିନେତା ମଧ୍ୟ । ଫିଲ୍ମ ‘ଦିଲ ୱାଲେ ଦୁଲହନିୟାଁ ଲେ ଜାଏଙ୍ଗେ’ରେ ଅଭିନୟ କରିଥିଲେ କରଣ । କେବଳ ଫିଲ୍ମ ନୁହେଁ, ଟେଲିଭିଜନରେ ମଧ୍ୟ କରଣଙ୍କ କ୍ରେଜ ରହିଛି । ‘କଫି ୱିଥ କରଣ’ ଶୋ' ସବୁବେଳେ ହିଟ ଲିଷ୍ଟରେ ଥାଏ ।

ABOUT THE AUTHOR

...view details