ଓଡିଶା

odisha

ETV Bharat / sitara

ହାପି ବର୍ଥଡେ’ ମହେଶ ଭଟ୍ଟ

ଆଜି ବଲିଉଡର ନିର୍ଦ୍ଦେଶକ, ନିର୍ମାତା ତଥା ସ୍କ୍ରିନ୍ ରାଇଟର ମହେଶ ଭଟ୍ଟଙ୍କ 72 ତମ ଜନ୍ମଦିନ । ଆଜି ତାଙ୍କ ଜନ୍ମଦିନ ଅବସରରେ ନଜର ପକାଇବା ତାଙ୍କର କିଛି ଚର୍ଚ୍ଚିତ ଚଳଚ୍ଚିତ୍ର ଉପରେ ...

By

Published : Sep 20, 2020, 3:55 PM IST

birthday special mahesh bhatts soul stirring flicks that still rule our hearts
ହାପି ବର୍ଥ ଡେ ମହେଶ ଭଟ୍ଟ

ମୁମ୍ବାଇ: ଆଜି ବଲିଉଡର ନିର୍ଦ୍ଦେଶକ, ନିର୍ମାତା ତଥା ସ୍କ୍ରିନ୍ ରାଇଟର ମହେଶ ଭଟ୍ଟଙ୍କ 72 ତମ ଜନ୍ମଦିନ । ସେ 20 ମେ 1949 ରେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ମହେଶ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଯେପରିକି 'ଅର୍ଥ', 'ସାରାଂଶ', 'ଜାନମ୍', 'ନାମ', 'ସଡକ', 'ଜଖ୍ମ' ଇତ୍ୟାଦି ।

ମହେଶ 26 ବର୍ଷ ବୟସରେ ଫିଲ୍ମ 'ମଞ୍ଜିଲ ଅର ଭୀ ହେ'ରେ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଥିଲେ। ଏହା ପରେ 1979 'ଲହୁ କେ ଦୋ ରଙ୍ଗ' ଯେଉଁଥିରେ ଶବାନା ଆଜମି ଏବଂ ବିନୋଦ ଖାନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ 1980 ଫିଲ୍ମ ଫେୟାର ଆଓ୍ବାର୍ଡରେ ଦୁଇଟି ପୁରସ୍କାର ଜିତିଥିଲା ।

ମହେଶଙ୍କ ପ୍ରଥମ ବଡ ହିଟ୍ ଫିଲ୍ମ 'ଅର୍ଥ'। ଏହା ପରେ ତାଙ୍କର 'ଜାନମ୍' ଏବଂ 'ନାମ' ଭଳି ଫିଲ୍ମକୁ ପ୍ରଂଶସକମାନେ ବହୁତ ପସନ୍ଦ କରିଥିଲେ ।

1987 ରେ ମହେଶ ଫିଲ୍ମ ନିର୍ମାଣ ଆରମ୍ଭ କରିଥିଲେ । ଯେତେବେଳେ ସେ ତାଙ୍କ ଭାଇ ମୁକେଶ ଭଟ୍ଟଙ୍କ ସହ 'ବିଶେଷ ଫିଲ୍ମସ' ନାମକ ପ୍ରଡକ୍ସନ୍ ହାଉସ୍ ଆରମ୍ଭ କରିଥିଲେ । ତାପରେ ସେ 'ଡାଡି', 'ଆବାରଗି', 'ଆଶିକୀ', 'ଦିଲ୍ ହେ କି ମାନତା ନେହି', 'ସଡକ', 'ଗୁମରାହ' ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।

1989 ଚଳଚ୍ଚିତ୍ର 'ଡାଡି' ରେ ଅନୁପମ ଖେର ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ ଏବଂ ପୂଜା ଭଟ୍ଟ ଏହି ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ଫିଲ୍ମ 'ଡାଡି' ରେ ସୋନି ରାଜଦାନ ଏବଂ ନୀନା ଗୁପ୍ତା ମଧ୍ୟ ଅଭିନୟ କରିଥିଲେ।

1991 ରେ ମୁକ୍ତିଲାଭ କରିଥିବା 'ସଡକ' ହେଉଛି ଏକ ରୋମାଣ୍ଟିକ ଥ୍ରୀଲର ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମହେଶ ଭଟ୍ଟ। ଏହି ଚଳଚ୍ଚିତ୍ରଟି 'ସାଜନ' ପରେ 1991 ର ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଅଟେ ।

'ହମ୍ ହେ ରାହୀ ପ୍ୟାର୍ କେ' ହେଉଛି 1993 କମେଡି ଚଳଚ୍ଚିତ୍ର । ଯାହାକି ମହେଶ ଭଟ୍ଟଙ୍କ ଦ୍ବାରା ନିର୍ଦ୍ଦେଶିତ । ଯେଉଁଥିରେ ଆମୀର ଖାନ ଏବଂ ଜୁହି ଚାୱଲା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟିରେ ଜୁହି ଶ୍ରେଷ୍ଠ ଅଭିନେତ୍ରୀ ଫିଲ୍ମଫେୟାର ପୁରସ୍କାର ଜିତିଥିଲେ ।

ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ 1991 ଚଳଚ୍ଚିତ୍ର 'ଦିଲ୍ ହେ କେ ମାନତା ନେହି' ଏକ ଲଭ ଷ୍ଟୋରୀ । ଗୁଲଶନ କୁମାରଙ୍କ ଦ୍ବାରା ନିର୍ମିତ ଏହି ଚଳଚ୍ଚିତ୍ରରେ ପୂଜାଙ୍କ ସହ ଆମୀର ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଆଶିକୀ 1990 ମସିହାରେ ମହେଶଙ୍କ ନିର୍ଦ୍ଦେଶିତ ଏକ ଲଭ ଷ୍ଟୋରୀ ଥିଲା । ଏହି ଚଳଚ୍ଚିତ୍ରରେ ରାହୁଲ ରୟ, ଅନୁ ଅଗ୍ରୱାଲ ଏବଂ ଦୀପକ ତିଜୋରୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ଏକ ବଡ଼ ହିଟ୍ ହୋଇଥିଲା ।

ବର୍ତ୍ତମାନ ମହେଶ 'ସଡକ -୨' ଚଳଚ୍ଚିତ୍ର ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ। ଯେଉଁଥିରେ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଆଲିଆ ଭଟ୍ଟ ଏବଂ ଆଦିତ୍ୟ ରୟ କପୁର ପ୍ରମୁଖ ଅଭିନୟ କରିଛନ୍ତି | ଏହି ଚଳଚ୍ଚିତ୍ର ସହିତ ପ୍ରାୟ 20 ବର୍ଷ ପରେ ମହେଶ ନିର୍ଦ୍ଦେଶକ ଭାବରେ ଫେରିଛନ୍ତି।

ଇଟିଭି ଭାରତ ତରଫରୁ ମହେଶ ଭଟ୍ଟଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details