ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡା ଆଜି ତାଙ୍କର 44ତମ ଜନ୍ମଦିନ ପାଳନ କରୁଛନ୍ତି ।
ରଣଦୀପ 20 ଅଗଷ୍ଟ 1976ରେ ହରିୟାଣାର ରୋହତକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ରଣଦୀପଙ୍କ ପିତା ରଣଭୀର ହୁଡା ଜଣେ ଡାକ୍ତର ଏବଂ ମାତା ଆଶା ହୁଡା ଜଣେ ସାମାଜିକ କର୍ମୀ ଅଟନ୍ତି ।
ରଣଦୀପ 'ଓ୍ବାନସ ଅପନ ଏ ଟାଇମ ଇନ ମୁମ୍ବାଇ', 'ସାହିବ ବିବି ଅର ଗ୍ୟାଙ୍ଗଷ୍ଟର', 'ଜିସ୍ମ-୨', 'ମର୍ଡର- 3', 'ହାଇଓ୍ବେ', 'କିକ', 'ରଙ୍ଗ ରସିୟା', 'ଲାଲ ରଙ୍ଗ', 'ସରବଜିତ', 'ସୁଲତାନ' ଏବଂ 'ବାଗୀ- ୨' ଭଳି ବହୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।
2001 ମସିହାରେ ରଣଦୀପ ଫିଲ୍ମ 'ମାନସୁନ ଓ୍ବେଡିଙ୍ଗ'ରୁ ତାଙ୍କର ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ ।
ଫିଲ୍ମ 'ହାଇଓ୍ବେ' ପାଇଁ ରଣଦୀପ ବେଷ୍ଟ ଆକର୍ଟର ଷ୍ଟାର ଡଷ୍ଟ ଆଓ୍ବାର୍ଡ ଜିତିଥିଲେ । ଏହାପରେ ରଣଦୀପ 2015 ରେ ଫିଲ୍ମ 'ରଙ୍ଗରସିୟା' ପାଇଁ ପ୍ରଥମ ଥର ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।
ରଣଦୀପ ଏପର୍ଯ୍ୟନ୍ତ ତିନୋଟି ବଲିଉଡ ବାୟୋପିକ୍ସରେ କାମ କରିଛନ୍ତି । ଯାହା ବକ୍ସ ଅଫିସରେ ହିଟ୍ ବୋଲି ପ୍ରମାଣିତ ହୋଇଛି । ଏହି ଚଳଚ୍ଚିତ୍ରଗୁଡ଼ିକରେ 'ମେନ୍ ଅର ଚାର୍ଲ୍ସ', 'ସରବଜିତ୍' ଏବଂ 'ରଙ୍ଗରାସିୟା' ଅନ୍ତର୍ଭୁକ୍ତ ।