ଓଡିଶା

odisha

ETV Bharat / sitara

ବଲିଉଡ ମିଷ୍ଟର ପର୍ଫେକ୍ସନିଷ୍ଟ @54

ଆଜି ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଖାନ ନିଜ 54ତମ ଜନ୍ମଦିନ ପାଳନ କରୁଛନ୍ତି । ଆମୀର ସଫଳ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ଯିଏ ବଲିଉଡକୁ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇ ଦର୍ଶକଙ୍କ ଫେଭରେଟ ହିରୋ ସାବ୍ୟସ୍ତ ହୋଇଛନ୍ତି ।

By

Published : Mar 14, 2019, 2:53 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ନୂଆଦିଲ୍ଲୀ: ହିନ୍ଦୀ ସିନେମା ଜଗତର ଅନ୍ୟତମ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଲେଖକ ଆମୀର ଖାନଙ୍କ ଆଜି 54ତମ ଜନ୍ମଦିନ । ବଲିଉଡରେ ଷ୍ଟାର୍ସଙ୍କ ଭିଢ ମଧ୍ୟରୁ ଆମୀରଙ୍କ ଭିନ୍ନ ପରିଚୟ । ଗୋଟିଏ ବର୍ଷରେ ମାତ୍ର ଗୋଟିଏ ଫିଲ୍ମ ଆଣି ଦର୍ଶକଙ୍କ ସାମ୍ନାକୁ ଆସୁଥିବା ଆମୀରକୁ କିଏ ଅବା ପସନ୍ଦ ନକରନ୍ତି । ସେ ନିଜ ଫ୍ୟାନ୍ସଙ୍କୁ ନିରାଶ ନକରିବା ପାଇଁ ସବୁବେଳେ ଚେଷ୍ଟା କରିଥାଆନ୍ତି । ନିଜ ଫିଲ୍ମକୁ ହିଟ୍ କରିବା ପାଇଁ ସେ କଠିନ ପରିଶ୍ରମ କରିଥାଆନ୍ତି । ଆମୀର ବଲିଉଡକୁ ଅନେକ ଶାନଦାର, ବ୍ଲକବଷ୍ଟର ଫିଲ୍ମ ଉପହାର ସୂରପ ଦେଇଛନ୍ତି ।

ସେ ଏମିତି ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ଯାହାଙ୍କ ଫିଲ୍ମ ସବୁବେଳେ ହିଟ୍ ସାବ୍ୟସ୍ତ ହୋଇଥାଏ । ସେ ନିଜ ଫିଲ୍ମ ଭୂମିକା ପାଇଁ ନିଜ ଶରୀର, ହେୟାର ଷ୍ଟାଇଲ, ସ୍କିନ, ଗେଟଅପ ପରିବର୍ତ୍ତନ କରିବାରେ ମାହିର । ଯଦି ଆମେ ତାଙ୍କୁ ବଲିଉଡର ବହୁରୂପି କହିବା ତେବେ ଭୁଲ ହେବ ନାହିଁ । କାରଣ ତାଙ୍କୁ ସବୁ ଫିଲ୍ମରେ ଭିନ୍ନ ଭିନ୍ନ ଲୁକରେ ଦେଖିବାକୁ ମିଳିଥାଏ ।

ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ କିଛି ହିଟ୍ ଫିଲ୍ମ ବିଷୟରେ...

ଗଜନୀ

ସର୍ବପ୍ରଥମେ ଆମେ କଥା ହେବା ସେହି ଫିଲ୍ମର ଯେଉଁଥିରେ ଭିଲେନ ନାଁରେ ଫିଲ୍ମର ଟାଇଟଲ ରଖାଯାଇଥିଲା 'ଗଜନୀ' । ଫିଲ୍ମରେ ଦେଖିବାକୁ ମିଳିଥିଲା ଆମୀର ନିଜ ବଡି ସାରା ଟାଟୁ କରିଥିବାର ତାଙ୍କ ମୁଣ୍ଡରେ ଲାଗିଥିବା ଆଘାତରୁ ଫ୍ୟାଶନ ଷ୍ଟେଟମେଣ୍ଟ ପରିବର୍ତ୍ତନ କରିଦେଇଥିଲେ । ଆଜି ମଧ୍ୟ ଏହି ଫିଲ୍ମ ଆମୀରଙ୍କ ଫ୍ୟାନ୍ସଙ୍କ ପାଇଁ ଫେଭରେଟ ଫିଲ୍ମ ମଧ୍ୟରୁ ଅନ୍ୟତମ ।

ଲଗାନ

ଫିଲ୍ମ 'ଲଗାନ'ରେ ଆମୀର, ଭୁବନ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ଆମୀରଙ୍କୁ ଦେଖି ଏପରି ଲାଗୁଥିବା ଯେମିତି ବାସ୍ତବ ଜୀବନରେ ସେ କୌଣସି ଗରିବ କୃଷକ ଘରେ ଲାଳନପାଳନ ହୋଇଛନ୍ତି । ଫିଲ୍ମ ଓସ୍କାର ଆୱାର୍ଡ ପାଇଁ ଚୟନ ମଧ୍ୟ ହୋଇଥିଲା ।

ମଙ୍ଗଲ ପାଣ୍ଡେ

ଏହି ଫିଲ୍ମରେ ଆମୀର ମଙ୍ଗଲ ପାଣ୍ଡେ ଭୂମିକାରେ ଅଭିନୟ କରିଥିଲେ । ଆମୀରଙ୍କ ଶାନଦାର ନିଶ ଏବଂ ଆଖିରେ କ୍ରୋଧ ବାସ୍ତବରେ ଦର୍ଶକଙ୍କୁ ସ୍ବାଧୀନତା ଯୁଦ୍ଧରେ ନେଇଯିବାରେ ସଫଳ ହୋଇଥିଲା ।

ପିକେ

ଫିଲ୍ମ 'ପିକେ' ନିଜ ପୋଷ୍ଟର ରିଲିଜ ସହ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଫିଲ୍ମରେ ଆମୀର ବଡ ବଡ କାନ ଥିବା ଏଲିୟନ ଭୂମିକାରେ ଦେଖାଯାଇଥିଲେ । ଏହା ମଧ୍ୟ ହିଟ୍ ଫିଲ୍ମରେ ସାମିଲ ହୋଇଥିଲା ।

ତଲାସ

ଏହି ଫିଲ୍ମରେ ଆମୀର ଜଣେ ପୋଲିସ ଅଫିସରଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହାପୂର୍ବରୁ ସେ ଫିଲ୍ମ 'ସରଫରୋସ'ରେ ପୋଲିସ ଅଫିସର ଭୂମିକାରେ ନଜର ଆସିଥିଲେ । 'ତଲାସ'ରେ ଆମୀର ଗମ୍ଭୀର ପୋଲିସ ଅଫିସର ରୂପେ ଶାନଦାର ଅଭିନୟ କରିଥିଲେ ।

ଦଙ୍ଗଲ

ଫିଲ୍ମରେ ଫୋଗଟ ଭଉଣୀଙ୍କ ପିତା ମହାବୀର ଫୋଗାଟ ଚରିତ୍ରରେ ଆମୀର ନିଜ ଶରୀରକୁ ଦୁଇ ଦୁଇଥର ପରିବର୍ତ୍ତନ କରିଥିଲେ । ଫିଲ୍ମରେ ଆମୀର ପାଖାପାଖି 100 କେଜି ବଢାଇଥିଲେ ।

For All Latest Updates

ABOUT THE AUTHOR

...view details