ଓଡିଶା

odisha

ETV Bharat / sitara

ଖୁବଶୀଘ୍ର ପରଦାରେ ମାୟାବତୀ !

ପରଦାରେ ଦେଖିବାକୁ ମିଳିବ ଆଉ ଜଣେ ରାଜନେତାଙ୍କୁ । ବିଏସପି ସୁପ୍ରିମୋ ମାୟାବତୀଙ୍କ ଜୀବନୀ ଉପରେ ଆସିବାକୁ ଯାଉଛି ଫିଲ୍ମ । ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି ବିଦ୍ୟା ବାଲନ ।

By

Published : Mar 28, 2019, 10:52 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବଲିଉଡରେ ଚାଲିଛି ବାୟୋପିକର ଟ୍ରେଣ୍ଡ । ଜଣକପରେ ଜଣେ ରାଜନେତାଙ୍କ ରିୟଲ ଲାଇଫକୁ ଦେଖିବାକୁ ମିଳୁଛି ସିଲଭର ସ୍କିନରେ । ଯେଉଁଥିରେ ଡ.ମନମୋହନ ସିଂହ, ବାଲ ଠାକରେ, ଏନଟି ରାମାରାଓ, ନରେନ୍ଦ୍ର ମୋଦି ଏବଂ ଜୟଲଲିତାଙ୍କ ଜୀବନୀଉପରେ ଫିଲ୍ମ ନିର୍ମାଣ ହେବା ପରେ ଏବେ ଦେଶର ଦଳିତ ରାଜନୀତିକୁ ସୁଦୃଢ କରିପାରିଥିବା ବିଏସପି ସୁପ୍ରିମୋ ମାୟାବତୀଙ୍କ ଜୀବନୀ ଉପରେ ଆସିବାକୁ ଯାଉଛି ଫିଲ୍ମ ।

ପିଙ୍କଭିଲ୍ଲାର ଏକ ରିପୋର୍ଟ ମୁତାବକ, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀଙ୍କ ବାୟୋପିକରେ ଫିଲ୍ମ ଆସିବ । ଏହାର ନିର୍ଦ୍ଦେଶନା ସୁବାଷ କପୁର କରିପାରନ୍ତି । ତାଙ୍କ କହିବା ଅନୁସାରେ ଏହି ଫିଲ୍ମରେ ମାୟାବତୀଙ୍କ ଚରିତ୍ର ପାଇଁ ଏଣ୍ଟରଟେନମେଣ୍ଟ ଗାର୍ଲ ବିଦ୍ୟା ବାଲନଙ୍କୁ କାଷ୍ଟିଂ କରାଯାଇ ପାରେ ।
ଯଦି ରିପୋର୍ଟରେ କୁହାଯାଉଥିବା କଥା ସତ ହୁଏଏହା ବିଦ୍ୟାଙ୍କ ପାଇଁ ବଡ ସୁଯୋଗ ହେବ ।

ବର୍ତମାନ ବିଦ୍ୟା ବାଲନ ନିଜ ୱେବସିରିଜ ସୁଂଟିରେ ବ୍ୟସ୍ତ ଅଛନ୍ତି । ଯେଉଁଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରୋଲ ପ୍ଲେ କରୁଥିବା କୁହାଯାଉଛି ।

For All Latest Updates

ABOUT THE AUTHOR

...view details