ଓଡିଶା

odisha

By

Published : Feb 6, 2021, 2:59 PM IST

ETV Bharat / sitara

‘ବିଗବସ’ରେ ପକ୍ଷପାତ ପ୍ରସଙ୍ଗ: ସଲମାନଙ୍କ ସପକ୍ଷରେ ସିଜନ୍ 3 ବିଜେତା

ବଢିଚାଲିଛି ‘ବିଗବସ 14’ରେ ଡ୍ରାମା । ସଲମାନଙ୍କ ଉପରେ ପକ୍ଷପାତ ଅଭିଯୋଗକୁ ଖଣ୍ଡନ କଲେ ପୂର୍ବତନ ପ୍ରତିଯୋଗୀ ବିନ୍ଦୁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ‘ବିଗବସ 14’ର ଫ୍ୟାମିଲି ୱିକରେ ଚ୍ୟାଲେଞ୍ଜର ରାକ୍ଷୀ ସାୱନ୍ତଙ୍କ ପାଇଁ ଏକ ସଂଯୋଗ ଭାବରେ ଶୋରେ ପାଦ ଦେବାକୁ ପ୍ରସ୍ତୁତ ଥିବା ‘ବିଗବସ 3’ ବିଜେତା ବିନ୍ଦୁ ଦାରା ସିଂ କହିଛନ୍ତି ଯେ ଶୋର ହୋଷ୍ଟ ସଲମାନ ଖାନ ସେହି ପ୍ରକାରର ବ୍ୟକ୍ତି ନୁହଁନ୍ତି ଯିଏ ‘ବିଗବସ 14’ର କୌଣସି ନିର୍ଦ୍ଦିଷ୍ଟ ପ୍ରତିଯୋଗୀଙ୍କ ପାଇଁ ପକ୍ଷପାତ କରିବେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ବିନ୍ଦୁଙ୍କ ଏହି ବୟାନ ପ୍ରତିଯୋଗୀ ରୁବିନା ଦୈଲକ ପ୍ରତିକ୍ରିୟା ପରେ ସାମ୍ନାକୁ ଆସିଛି । ଯେଉଁଥିରେ ରୁବିନା କହିଥିଲେ ଯେ ସଲମାନ ପ୍ରତିଯୋଗୀ ଏଜାଜ ଖାନଙ୍କୁ ସପୋର୍ଟ କରୁଛନ୍ତି । ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଅଭିନାଭ ଶୁକ୍ଲାଙ୍କ ବିରୋଧରେ ରାକ୍ଷୀଙ୍କ ଆଣ୍ଟିକ୍ସକୁ ସମର୍ଥନ କରିଥିବାରୁ ସଲମାନଙ୍କ ଉପରେ ପକ୍ଷପାତ ଅଭିଯୋଗ ଲଗାଇଛନ୍ତି । ଯାହାକୁ ନେଇ ଖପ୍ପା ବିନ୍ଦୁ ।

ଏହି ମାମଲାରେ ବୟାନ ଦେଇ ବିନ୍ଦୁ କହିଛନ୍ତି,‘ହୋଷ୍ଟ କେବେ ପକ୍ଷପାତ କରେନାହିଁ । ଆଉ ସଲମାନ ଏପରି ବ୍ୟକ୍ତି ଯିଏ କୌଣସି ପ୍ରତିଯୋଗୀଙ୍କ ମଧ୍ୟରେ ପକ୍ଷପାତ କରନ୍ତି ନାହିଁ । ସେ ନିଜ କାମ ସଠିକ୍ ରୂପେ ସବୁବେଳେ କରନ୍ତି । ବିଗବସରେ ଯାହା ଘଟେ ତାହା ସଲମାନଙ୍କ ଦ୍ବାରା ଘଟେ ନାହିଁ । ତାଙ୍କ ହୃଦୟ ଯାହା ଚାହେଁ ତାହା ସେ ଆଦୌ କରନ୍ତି ନାହିଁ । ସେଠାରେ ଏକ ଟିମ ଅଛନ୍ତି ଯେଉଁମାନେ ବିଗବସରେ 24 ଘଣ୍ଟା ଫୁଟେଜ୍ ନେବାକୁ ଚେଷ୍ଟା କରିବା ସହ ସଲମାନଙ୍କ ଉପରେ ଏପରି ଅଭିଯୋଗ ମଧ୍ୟ ଲଗାଉଛନ୍ତି । ଯାହା ଠିକ୍ କଥା ନୁହେଁ ।’

@IANS

ABOUT THE AUTHOR

...view details