ଓଡିଶା

odisha

ETV Bharat / sitara

ଋଷିଙ୍କୁ ମନେ ପକାଉଛନ୍ତି ବିଗ ବି

ଅମିତାଭ ବଚ୍ଚନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ବନ୍ଧୁ ତଥା ସ୍ୱର୍ଗତ ସାଥି ଋଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକ କ୍ଲାସିକ ମ୍ୟୁଜିକ ଭିଡିଓ ସେୟାର କରିଛନ୍ତି । ଯାହାକୁ ନିଜେ ବଚ୍ଚନ ଗାଇଛନ୍ତି । ଅଧିକ ପଢନ୍ତୁ...

Big B emotional video tribute to friend and colleague Rishi
ଋଷିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

By

Published : May 2, 2020, 7:28 PM IST

ମୁମ୍ବାଇ: ବଲିଉଡର ଭେଟେରାଇନ ଅଭିନେତା ଅମିତାଭ ବଚ୍ଚନ ତାଙ୍କ ବନ୍ଧୁ ତଥା ସ୍ୱର୍ଗତ ସାଥି ଋଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକ କ୍ଲାସିକ ମ୍ୟୁଜିକ ଭିଡିଓ ସେୟାର କରିଛନ୍ତି ।

ଉମେଶ ଶୁକ୍ଲାଙ୍କ ନିର୍ଦ୍ଦେଶନାରେ ବିଗ ବି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଗୀତିକାର ମ୍ୟୁଜିକ ଭିଡିଓ ସେୟାର କରିଛନ୍ତି । ଏଥିରେ କ୍ଲାସିକ ଗୀତ 'ୱକ୍ତ ନେ କିୟା କ୍ୟା ହସି ସୀତମ' ଗୀତକୁ ନିଜେ ବିଗ ବି ଗାଇଛନ୍ତି ।

ଏହି କ୍ଲାସିକ ଗୀତ ଗୁରୁ ଦତ୍ତଙ୍କ ଅଟେ, ଯାହାକି ଗୁରୁ ଦତ୍ତଙ୍କ 1959 ଚଳଚ୍ଚିତ୍ର 'କାଗଜ କେ ଫୁଲ'ରେ ଥିଲା । ଏହି ଗୀତକୁ ଏସଡି ବର୍ମନ ରଚନା କରିଥିଲେ ଏବଂ କୈଫି ଆଜମି ଲେଖିଥିଲେ । 2018 ରେ '102 ନଟ ଆଉଟ' ଚଳଚ୍ଚିତ୍ର ପାଇଁ ଗୀତକାର ରୋହନ ବିନୟକଙ୍କ ଦ୍ବାରା ଏହା ପୁନର୍ବାର ରିକ୍ରିଏଟ ହୋଇଥିଲା । ଏହି ଗୀତକୁ ନିଜେ ବିଗ ବି ଗାଇଛନ୍ତି ।

ସେୟାର ହୋଇଥିବା ଭିଡିଓରେ ବିଗ ବି କ୍ୟାପସନରେ ଲେଖିଛନ୍ତି ଯେ, ୱକ୍ତ ନେ କୁଛ କିୟା ହେ ହସିନ ସୀତାମ, ତୁମ ରହେ ନା ତୁମ, ହମ ନା ରହେ ହମ ।

ତାଙ୍କ ସମୟରେ ଅମିତାଭ ବଚ୍ଚନ ଋଷି କପୁରଙ୍କ ସହ ଅନେକ ହିଟ ଫିଲ୍ମରେ କାମ କରିଥିଲେ । ଅମିତାଭ ବଚ୍ଚନ ଏବଂ ଋଷି କପୁର ଦୁହେଁ 1976 ମସିହାରେ 'କଭି କଭି', 1977 ମସିହାରେ 'ଅମର ଆକବର ଆନ୍ଥୋନୀ', 1981 ମସିହାରେ 'ନସିବ',1983 ମସିହାରେ 'କୁଲି', ଏବଂ 1991 ମସିହାରେ 'ଅଜୁବା'ରେ ଅଭିନୟ କରିଥିଲେ ।

କ୍ୟାନସର ସହିତ ଦୁଇ ବର୍ଷ ଯୁଦ୍ଧ କରି ଏପ୍ରିଲ 30 ରେ 67 ବର୍ଷ ବୟସରେ ଋଷି କପୁର ମୁମ୍ବାଇର ସାର.ଏଚ.ଏନ. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details