ଓଡିଶା

odisha

By

Published : Jun 23, 2020, 12:26 PM IST

ETV Bharat / sitara

ତେଜୁଛି ସୋନୁ-ଭୂଷଣ ବିବାଦ, ଟାର୍ଗେଟ କଲେ ଦିବ୍ୟା ଖୋସଲା

ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୋନୁଙ୍କ କଡା ଜବାବ ଦେଲେ ଦିବ୍ୟା ଖୋସଲା କୁମାର । ଏବେ ସୋସିଆଲ ମିଡିଆରେ ସୋନୁ ଓ ଟି-ସିରିଜ କମ୍ପାନୀ ମଧ୍ୟରେ ଚାଲିଛି ଲଢେଇ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୋସିଆଲ ମିଡିଆରେ ଲୋକପ୍ରିୟ ଗାୟକ ସୋନୁ ନିଗମ ଓ ଟି-ସିରିଜ ମାଲିକ ଭୂଷଣ କୁମାରଙ୍କ ମଧ୍ୟରେ ୱାର ଦେଖିବାକୁ ମିଳୁଛି । ହେଲେ ଏହି ୱାରରେ ଏବେ ସାମିଲ ହୋଇଛନ୍ତି ଭୂଷଣଙ୍କ ପତ୍ନୀ ତଥା ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର । ସେ ସ୍ବାମୀଙ୍କୁ ବଞ୍ଚାଇବାକୁ ଯାଇ ସୋନୁଙ୍କୁ କଡା ଜବାବ ସୋସିଆଲ ମିଡିଆରେ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ପୁରା କଥା...

କଥାଟି ହେଲା ଯେ ସୋନୁ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଭୂଷଣଙ୍କୁ କଡା ଧମକ ଦେଇ କହିଥିଲେ ଯେ ସେ ଯଦି ତାଙ୍କ ସହ ପଙ୍ଗା ନେବେ ତେବେ ସେ ତାଙ୍କ ବିରୋଧରେ ଥିବା ଏକ ଭିଡିଓ ୟୁଟ୍ୟୁବରେ ଭାଇରାଲ କରିଦେବେ । ଯାହାପରେ ଏହି ବିବାଦ ବଢିଚାଲିଛି । ଏହି ମାମଲାରେ ସୋନୁଙ୍କୁ ଜବାବ ଦେଇଛନ୍ତି ଦିବ୍ୟା ।

ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ସୋନୁଙ୍କ ଟାର୍ଗେଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ଆଜିର ସତ କେବଳ ଏହା ଯେ କିଏ କେତେ ଭଲ କମ୍ପାନୀ ଚଲାଇପାରିବ । ମୁଁ ଦେଖିପାରୁଛି ଯେ ଲୋକ କିପରି କମ୍ପାନୀ ଚଲାଇ ମିଛ ବିକ୍ରି କରୁଛନ୍ତି । ସୋନୁ ନିଗମ ଭଳି ମଣିଷ ଦର୍ଶକଙ୍କ ମସ୍ତିଷ୍କ ସହ ଖେଳୁଛନ୍ତି । ଭଗବାନ ଏହି ଦୁନିଆକୁ ବଞ୍ଚାନ୍ତୁ । ସୋନୁ ଆପଣଙ୍କୁ ଟି-ସିରିଜ ଇଣ୍ଡଷ୍ଟ୍ରିରେ ବ୍ରେକ ଦେଇଥିଲା । ଆପଣଙ୍କୁ ସଫଳ କରାଇଛି । ଯଦି ଏତେ ସମସ୍ୟା ଆପଣଙ୍କୁ ଭୂଷଣଙ୍କ ପାଖରେ ଥିଲା ତେବେ ପୂର୍ବରୁ କାହିଁକି କହୁନଥିଲ । ଆଜି ପବ୍ଲିସିଟି ପାଇଁ କାହିଁକି ଏସବୁ କରୁଛ । ଆପଣଙ୍କ ପିତାଙ୍କ ଏତେ ଭିଡିଓ ମୁଁ ନିଜେ ନିର୍ଦ୍ଦେଶିତ କରିଥିଲି । ଯାହା ପାଇଁ ସେ ସବୁବେଳେ କୃତଜ୍ଞ ଥିଲେ । ଏଥରୁ ଜଣାପଡୁଛି ଯେ କିଛି ଲୋକ ସାହାଯ୍ୟ ବି ଭୁଲିଯାଆନ୍ତି ।’

ପ୍ରକାଶ ଥାଉକି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସୋନୁ ବଲିଉଡର କିଛି କମ୍ପାନୀକୁ ଟାର୍ଗେଟ କରି ଏମିତି କହିଥିଲେ । ସେ କହିଥିଲେ ଇଣ୍ଡଷ୍ଟ୍ରିରେ ମାଫିଆଗିରି, ଗୁଣ୍ଡାରାଜ ଓ ପରିବାରବାଦ ପାଇଁ ବାହାରୁ ଆସୁଥିବା ଦକ୍ଷ ପିଲାମାନେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଛନ୍ତି । ଯାହାପରେ ଏହି ବିବାଦ ଥମିବାର ନାଁ ନେଉନାହିଁ ।

ABOUT THE AUTHOR

...view details