ଓଡିଶା

odisha

ETV Bharat / sitara

ଏନକାଉଣ୍ଟର ସ୍ପେଶାଲିଷ୍ଟ ସାଜିଲେ ଜନ, ଦେଖନ୍ତୁ ଫଟୋ - released

ଜୁଲାଇ 10ରେ ରିଲିଜ ହେବାକୁ ଯାଉଛି ଜନଙ୍କ ବହୁଚର୍ଚ୍ଚିତ ଫିଲ୍ମ 'ବାଟଲା ହାଉସ' । ଏହାପୂର୍ବରୁ ରିଲିଜ ହୋଇଯାଇଛି ଫିଲ୍ମରେ ନୂଆ ପୋଷ୍ଟର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଆବ୍ରାହମ

By

Published : Jul 9, 2019, 10:43 AM IST

ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ଜନ ଆବ୍ରାହମ ପୁଣି ଜବରଦସ୍ତ ଆକ୍ସନଭରା ଫିଲ୍ମ 'ବାଟଲା ହାଉସ' ନେଇ ପରଦାକୁ ଫେରିବାକୁ ଯାଉଛନ୍ତି । ବାସ୍ତବ କାହାଣୀ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ଦର୍ଶକ ଖୁବ୍ ଉତ୍ସାହିତ । ଯାହାର ଟ୍ରେଲର ଜୁଲାଇ 10ରେ ରିଲିଜ ହେବାକୁ ଥିବାବେଳେ ଏବେ ଜାରି ହୋଇଯାଇଛି ଫିଲ୍ମର ଦମଦାର ପୋଷ୍ଟର ।

ଏହି ଅବସରରେ ଜନ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ପ୍ରକାଶ ଥାଉକି 2008ରେ ଦିଲ୍ଲୀର ବାଟଲା ବାଉସରେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଏବଂ ଦିଲ୍ଲୀ ପୋଲିସ ଇନସ୍ପେକ୍ଟର ମୋହନ ଚନ୍ଦ୍ର ଶର୍ମାଙ୍କ ମୃତ୍ୟୁ ହୋଇଥିଲା । 2008 ସେପ୍ଟେମ୍ବର 19ରେ ଜାମିୟା ନଗରର ବାଟଲା ହାଉସ ଅଞ୍ଚଳରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଆତିଫ ଅମୀନ ଓ ମହମ୍ମଦ ସାଜିଦଙ୍କୁ ଧରାଯିବା ପାଇଁ ଏନକାଉଣ୍ଟର କରାଯାଇଥିଲା ।

ଏହି ଦୁଇ ଆତଙ୍କବାଦୀ ସଙ୍ଗଠନ ଇଣ୍ଡିଆନ ମୁଜାହିଦ୍ଦୀନ ପାଇଁ କାମ କରୁଥିଲେ । ଅନ୍ୟପଟେ ଏହି ଲୋମହର୍ଷଣକାରୀ କାହାଣୀଙ୍କୁ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନ କରିବେ ଜନ । ଜନଙ୍କ ଅପୋଜିଟ ଫିଲ୍ମରେ ମୃଣାଳ ଠାକୁର ନଜର ଆସିବେ । ଏହାପୂର୍ବରୁ ରିଲିଜ ହୋଇଥିବା ଜନଙ୍କ 'ରୋମିୟୋ ଆକବର, ୱଲ୍ଟର'ରେ ମଧ୍ୟ ଜନ 'ର' ଏଜେଣ୍ଟ ଭୂମିକାରେ ଦେଖାଯାଇଥିଲେ । ଫିଲ୍ମଟିକୁ ବକ୍ସ ଅଫିସରେ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା ।

ଏହି ନୂଆ ପୋଷ୍ଟରରେ ଜନଙ୍କ ହାତରେ ବନ୍ଧୁକ ଦେଖିବାକୁ ମିଳୁଛି । ଆଉ ପୋଷ୍ଟରରେ ଲେଖା ହୋଇଛି 'କଣ ଏହି ଏନକାଉଣ୍ଟର ଫର୍ଜି ଥିଲା' । ଏହାସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପୋଷ୍ଟରରେ ଘୋଷଣା କରାଯାଇଛି । ଫିଲ୍ମଟି ସ୍ବାଧୀନତା ଦିବସ ତଥା ଅଗଷ୍ଟ 15ରେ ରିଲିଜ ହେବାକୁ ଯାଉଛି ।

For All Latest Updates

ABOUT THE AUTHOR

...view details