ଓଡିଶା

odisha

ETV Bharat / sitara

'ସାହୋ'ର ଇଣ୍ଟରଭାଲ ହେବ ଶାନଦାର, ଖର୍ଚ୍ଚ ହେବ କୋଟି କୋଟି ଟଙ୍କା

ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ସାହୋ' ଇଣ୍ଟରଭାଲ ସିକ୍ବେନ୍ସ ଖାସ୍ ରଖାଯାଇଛି । ଏହା ପାଇଁ ନିର୍ମାତା ପାଖାପାଖି 30 କୋଟି ଟଙ୍କା ଖର୍ଚ୍ଚ କରିବାର ନିଷ୍ପତ୍ତି ନେଇଛନ୍ତି ।

By

Published : Mar 10, 2019, 6:26 AM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ହାଇଦ୍ରାବାଦ: 'ବାହୁବଳୀ' ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ସାହୋ' ଅନେକ ଦିନରୁ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାରେ ଅଛି । ଯେବେ ଠାରୁ ଫିଲ୍ମର ନୂଆ ଟିଜର ସାମ୍ନାକୁ ଆସିଛି, ଫ୍ୟାନ୍ସ ଫିଲ୍ମ ଦେଖିବାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ଇତିମଧ୍ୟରେ ଖବର ଶୁଣିବାକୁ ମିଳୁଛି ଯେ 'ସାହୋ'ର ପ୍ରଯୋଜକ ଫିଲ୍ମର ଇଣ୍ଟରଭାଲ ସିନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସୁଜିତ ସମ୍ଭାଳିଛନ୍ତି । ଫିଲ୍ମର ସୁଟିଂ ପାଖାପାଖି ଦୁଇବର୍ଷ ହେଲା ଚାଲିଛି । ଏମିତିରେ ଫିଲ୍ମ ନିର୍ମାତା ଫିଲ୍ମକୁ ଶାନଦାର କରିବା ପାଇଁ କୌଣସି କାର୍ଯ୍ୟ ଛାଡିବାକୁ ଚାହୁଁନାହାଁନ୍ତି ।

ପ୍ରକାଶ ଥାଉକି 'ସାହୋ'ର ଇଣ୍ଟରଭାଲ ସିକ୍ବେନ୍ସ ଖାସ୍ ରଖାଯାଇଛି ଏବଂ ଏହା ପାଇଁ ନିର୍ମାତା ପାଖାପାଖି 30 କୋଟି ଟଙ୍କା ଖର୍ଚ୍ଚ କରିବାର ନିଷ୍ପତ୍ତି ନେଇଛନ୍ତି । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଇଣ୍ଟରଭାଲ ସମୟରେ ଏହି ଫିଲ୍ମରେ ଶାନଦାର ଆକ୍ସନ ସିନ ଦେଖିବାକୁ ମିଳିବ ।

ହଲିଉଡ ଷ୍ଟଣ୍ଟ କୋରିଓଗ୍ରାଫର କେନୀ ବେଟ୍ସ ଫିଲ୍ମର ଖାସ୍ ସିକ୍ବେନ୍ସ ସୁଟ କରିବେ । ସୂଚନା ଅନୁଯାୟୀ ଏହି ସିନକୁ ହାଇଦ୍ରାବାଦ ରାମୋଜୀ ଫିଲ୍ମସିଟିରେ ସୁଟ କରାଯିବ ।

ଫିଲ୍ମର ଫାଇଟ ଏବଂ ଚେସିଂ ସିକ୍ବେନ୍ସରେ 90 କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିଛି ଦିନ ପୂର୍ବରୁ ନିର୍ମାତା ଫିଲ୍ମର ଦୁଅଟି ଟିଜର ରିଲିଜ କରିଥିଲେ । ପ୍ରଥମ ଟିଜର ପ୍ରଭାସଙ୍କ ଜନ୍ମଦିନରେ ରିଲିଜ କରାଯାଇଥିବାବେଳେ, ସେହିଠାରେ ଦ୍ବିତୀୟ ଟିଜର ଶ୍ରଦ୍ଧାଙ୍କ ଜନ୍ମଦିନରେ ଲଞ୍ଚ କରାଯାଇଥିଲା ।

ଜଣାଇ ଦେଉଛୁ ଯେ ଫିଲ୍ମ ରିଲିଜ ହେବା ପୂର୍ବରୁ ଥିଏଟର ରାଇଟ୍ସ ଜରିଆରେ 42 କୋଟି ଟଙ୍କା ଆୟ କରିସାରିଲାଣି । ଫିଲ୍ମ ଅଗଷ୍ଟ 15ରେ ରିଲିଜ ହେବାର ଯୋଜନା କରାଯାଇଛି ।

ABOUT THE AUTHOR

...view details