ଓଡିଶା

odisha

ETV Bharat / sitara

ବାହୁବଳୀଙ୍କ ଆଶ୍ଚର୍ଯ୍ୟ ଜିଦ୍, ଚିନ୍ତାରେ ମେକର୍ସ

'ସାହୋ' ଫିଲ୍ମ ସେଟରେ ବ୍ୟବହାର ହୋଇଥିବା କାର ଏବଂ ବାଇକ୍ ନିଜ ପର୍ସନାଲ ବ୍ୟବହାର କରିବାକୁ ଜିଦ୍ ଧରିଛନ୍ତି । ଏହାକୁ ନେଇ ବର୍ତ୍ତମାନ ଚିନ୍ତାରେ ଫିଲ୍ମ ମେକର୍ସ ।

By

Published : Mar 20, 2019, 11:28 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ ପ୍ରଭାସ ଫ୍ୟାନକ୍ଲବ

ନୂଆଦିଲ୍ଲୀ: ବାହୁବଳୀ ପ୍ରଭାସ ଏହି ସମୟରେ ନିଜର ଅପକମିଂ ଫିଲ୍ମ 'ସାହୋ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । 'ସାହୋ' ଜରିଆରେ ଦର୍ଶକ ପୁଣି ପ୍ରଭାସଙ୍କ ଆକ୍ସନ ଅବତାର ଦେଖିବାକୁ ପାଇବେ । କିନ୍ତୁ ଏବେ ପ୍ରଭାସଙ୍କ ଆଶ୍ଚର୍ଯ୍ୟଜନକ ଡିମାଣ୍ଡ ସାମ୍ନାକୁ ଆସିଛି । ଯାହା ଶୁଣି ତାଙ୍କ ଫ୍ୟାନ୍ସ ନିହାତି ଆଶ୍ଚର୍ଯ୍ୟ ହେବେ ।

ପ୍ରଭାସ ଫିଲ୍ମରେ ବ୍ୟବହାର କରୁଥିବା କାର ଏବଂ ବାଇକ୍ ଘରକୁ ନେବା ପାଇଁ ଜିଦ୍ କରିବସିଛନ୍ତି । ଏହାକୁ ନେଇ ଚିନ୍ତାରେ ଫିଲ୍ମ ମେକର୍ସ । ସେମିତି ଦେଖିବାକୁ ଗଲେ ପ୍ରଭାସ ବ୍ୟକ୍ତିଗତ ଜୀବନରେ ମଧ୍ୟ ଦାମୀ କାର ଏବଂ ବାଇକର ବ୍ୟବହାର କରିବାକୁ ଭଲ ପାଆନ୍ତି । ତେଣୁ ଏହି କାରଣ ପାଇଁ ହୁଏତଃ ସେ ଫିଲ୍ମ ସେଟରେ ବ୍ୟବହାର ହୋଇଥିବା ଗାଡି ନିଜ ଘରକୁ ନେବାକୁ କହୁଛନ୍ତି । ସେ ଚାହୁଁଛନ୍ତି 'ସାହୋ'ରେ ବ୍ୟବହାର ହୋଇଥିବା ଏହି ଗାଡି ତାଙ୍କ ପର୍ସନାଲ କଲେକ୍ସନର ଅଂଶ ହେଉ ।

ତେବେ ପ୍ରଭାସଙ୍କୁ ଅବା ମନା କିଏ କରିବ । ପ୍ରଭାସଙ୍କ ଏହି ଜିଦ ପୂରଣ କରିବାକୁ ରାଜି ହୋଇଯାଇଛନ୍ତି ମେକର୍ସ ।

ପ୍ରକାଶ ଥାଉକି ଫିଲ୍ମରେ ପ୍ରଭାସଙ୍କ ସହ ବି-ଟାଉନର ପପୁଲାର ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ ଆକ୍ସନ କରୁଥିବାର ଦେଖାଯିବେ ।

For All Latest Updates

ABOUT THE AUTHOR

...view details