ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟରେ ଦୀର୍ଘ ବର୍ଷରୁ ଭଲ ସମ୍ପର୍କ ରହିଆସୁଛି। ସାଉଥର ଅନେକ ଫିଲ୍ମ ହିନ୍ଦୀରେ ନିର୍ମାଣ ହେଉଥିବା ବେଳେ ବଲିଉଡର ଅନେକ ଫିଲ୍ମର ରିମେକ ସେଠାରେ ମଧ୍ୟ ଦେଖିବାକୁ ମିଳୁଛି। ଏହି କ୍ରମରେ ସାମିଲ ଅଛି ‘ଲଗେ ରହୋ ମୁନ୍ନା ଭାଇ’, ‘ବଣ୍ଟି ଔର ବବଲି’, ‘ଜବ ୱି ମେଟ’ ଭଳି ଫିଲ୍ମ ସାଉଥରେ ରିମେକ ହୋଇସାରିଛି।
ସେହିପରି ‘ଦୃଷ୍ୟମ’ ଓ ‘ଅର୍ଜୁନ ରେଡ୍ଡୀ’ ଫିଲ୍ମର ହିନ୍ଦୀ ରିମେକ ହୋଇ ବ୍ଲକବଷ୍ଟର ମଧ୍ୟ ସାଜିଛି। ଇତିମଧ୍ୟରେ ଆୟୁଷ୍ମାନ ଖୁରାନାଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ ସାମ୍ନାକୁ ଆସିଛି । ପୂର୍ବରୁ ଚର୍ଚ୍ଚା ଧରିଥିଲା ଯେ ତାଙ୍କ ଚର୍ଚ୍ଚିତ ଫିଲ୍ମ ‘ଅନ୍ଧାଧୁନ’ ତେଲୁଗୁରେ ରିମେକ ହେଉଥିବାର।