ମୁମ୍ବାଇ: ଆୟୁଷ୍ମାନ ଖୁରାନା ଓ ଜିତେନ୍ଦ୍ର କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଆଜି ରିଲିଜ ହୋଇଯାଇଛି । ବକ୍ସ ଅଫିସରେ ଏହି ଫିଲ୍ମ ସହ ମୁହାଁମୁହିଁ ହୋଇଛି ବିକ୍କୀ କୌଶଲଙ୍କ ବହୁପ୍ରତିକ୍ଷିତ ହରର, ଥ୍ରିଲର ଫିଲ୍ମ ‘ଭୂତ: ଦ ହଣ୍ଟେଡ ଶିପ’। ହେଲେ ଇତିମଧ୍ୟରେ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ମେକର୍ସଙ୍କୁ ମିଳିଛି ବଡ ଝଟକା। ଯାହାକୁ ନେଇ ନିରାଶ ପୁରା ଷ୍ଟାରକାଷ୍ଟ।
‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ମେକର୍ସଙ୍କୁ ଝଟକା, ବିଦେଶରେ ହେଲା ବ୍ୟାନ - ବିକ୍କୀ କୌଶଲଙ୍କ ବହୁପ୍ରତିକ୍ଷିତ ହରର, ଥ୍ରିଲର ଫିଲ୍ମ ‘ଭୂତ: ଦ ହଣ୍ଟେଡ ଶିପ’
ପ୍ରଥମଥର ସମଲିଙ୍ଗୀ ଅବତାରେ ନଜର ଆସିଛନ୍ତି ଆୟୁଷ୍ମାନ ଖୁରାନା । ଭାରତରେ ରିଲିଜ ହୋଇଯାଇଛି ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ହେଲେ ବିଦେଶରେ ଫିଲ୍ମ ରିଲିଜ ଉପରେ ବ୍ୟାନ।
ଏହି ଫିଲ୍ମଟି ସମଲିଙ୍ଗୀ ପ୍ରେମକାହାଣୀକୁ ନେଇ ଆଧାରିତ । ଫିଲ୍ମ ରିଲିଜର କିଛି ସମୟ ପୂର୍ବରୁ ବିଦେଶରେ ଫିଲ୍ମ ରିଲିଜକୁ ବ୍ୟାନ କରିଦିଆଯାଇଛି । ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ରିଲିଜ ଉପରେ ଦୁବାଇ ଓ ମିଡିଲ ଈଷ୍ଟର କିଛି ଦେଶରେ ଫିଲ୍ମକୁ ବ୍ୟାନ କରାଯାଇଛି। ସୂଚନା ଅନୁଯାୟୀ ଫିଲ୍ମର ବିଷୟବସ୍ତୁ ପାଇଁ ମେକର୍ସଙ୍କୁ ଏହି ଝଟକା ମିଳିଛି। ମେକର୍ସ ଫିଲରୁ ଆୟୁଷ୍ମାନ ଓ ଜିତେନ୍ଦ୍ରଙ୍କ କିସିଂ ସିନ ଏଡିଟ କରିବା ବିକଳ୍ପ ମଧ୍ୟ ରଖିଥିଲେ । ହେଲେ ତାଙ୍କୁ ସ୍ପଷ୍ଟ ରୂପେ କୁହାଯାଇଛି ଅସୁବିଧା ଫିଲ୍ମର କିଛି ସିନ୍ସରେ ନାହିଁ ବରଂ ଫିଲ୍ମର ବିଷୟବସ୍ତୁ ନେଇ ସୃଷ୍ଟି ହୋଇଛି । ଏପରି ପରିସ୍ଥିତିରେ ମେକର୍ସଙ୍କୁ ବଡ କ୍ଷତି ସହିବାକୁ ପଡିପାରେ ।
ପ୍ରକାଶ ଥାଉକି ପୂର୍ବ ଏସିଆ ଦେଶରେ ହିନ୍ଦୀ ଫିଲ୍ମର ଚାହିଦା ଆକାଶ ଛୁଆଁ । ସେଠାରେ ରିଲିଜ ହେଉଥିବା ହିନ୍ଦୀ ଫିଲ୍ମ ଶାନଦାର କଲେକ୍ସନ କରିଥାଏ। ହେଲେ ସମଲିଙ୍ଗୀ ସମ୍ପର୍କ ଉପରେ ନିର୍ମାଣ ହୋଇଥିବା ଫିଲ୍ମକୁ ବ୍ୟାନ କରିଦିଆଯାଏ। ଏହି କାରଣ ପାଇଁ ସେଠାରେ କେବେ ମଧ୍ୟ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ରିଲିଜ ହେବ ନାହିଁ।