ମୁମ୍ବାଇ: ଆୟୁଷ୍ମାନ ଖୁରାନା ଦମଦାର ଅଭିନେତା ହେବା ସହ ଶାନଦାର ଗାୟକ ମଧ୍ୟ । ତାଙ୍କ ଅଭିନୟର ଯେତେ ଦିୱାନା ତାଙ୍କ ସଙ୍ଗୀତର ମଧ୍ୟ ସେତିକି । ସେ ନିଜ ଅଭିନୀତ ଅନେକ ଫିଲ୍ମରେ ଗୀତ ଗାଇ ଲୋକପ୍ରିୟ ହୋଇ ସାରିଛନ୍ତି । ତାଙ୍କ ଫେମସ ଗୀତ ‘ପାନି ଦା ରଙ୍ଗ’, ‘ନଜମ-ନଜମ’ ପରେ ଆୟୁଷ୍ମାନ ନିଜ ଆଗାମୀ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ପାଇଁ ‘ମେରେ ଲିଏ ତୁମ କାଫି ହୋ’ ଗୀତ ଗାଇ ଚର୍ଚ୍ଚାରେ ଆସିଛନ୍ତି । ଯାହା ମଙ୍ଗଳବାର ରିଲିଜ ହୋଇଯାଇଛି ।
ଏହି ଗୀତରେ ଆୟୁଷ୍ମାନ ଷ୍ଟୁଡିଓରେ ଗୀତ ଗାଉଥିବାର ନଜର ଆସୁଛନ୍ତି । ଏହାସହ ନିଜ ବୟଫ୍ରେଣ୍ଡ ସହ ବିତାଇଥିବା ରୋମାଣ୍ଟିକ ମୂହୁର୍ତ୍ତକୁ ମନେ ପକାଉଛନ୍ତି । ଏହି ଗୀତର ଲିରିକ୍ସ ବାୟୁ ଲେଖିଥିବା ବେଳେ ମ୍ୟୁଜିକର ତଡକା ଲଗାଇଛନ୍ତି ତାନିଷ୍କ ବାଗଚୀ ।