ଓଡିଶା

odisha

By

Published : Mar 23, 2022, 7:40 AM IST

ETV Bharat / sitara

The Kashmir Files ଦେଖିବାକୁ ଯାଇଥିବା ମହିଳାଙ୍କ ଠୁ ଭଡା ନେଲେନି ଅଟୋ ଡ୍ରାଇଭର, କୃତଜ୍ଞତା ଜଣାଇଲେ ନିର୍ଦ୍ଦେଶକ

ବିବେକ ଅଗ୍ନିହୋତ୍ରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଜଣେ ଅଟୋ ଡ୍ରାଇଭର କାଶ୍ମୀର ଫାଇଲ୍ସ ଦେଖିବା ପାଇଁ ଯାଉଥିବା ମହିଳାଙ୍କଠାରୁ ଭଡା ନେବାକୁ ମନା କରିଥିବାର ନଜର ଆସିଛନ୍ତି। ଭିଡିଓରେ ଡ୍ରାଇଭର ଜଣକ କହିଛନ୍ତି ଯେ, ଏହି ଚଳଚ୍ଚିତ୍ର ପାଇଁ ଏହା ତାଙ୍କର ଜନସେବା ଏବଂ ପ୍ରତ୍ୟେକ ହିନ୍ଦୁ ଏହି ଚଳଚ୍ଚିତ୍ର ଦେଖିବା ଉଚିତ୍। ଅଧିକ ପଢନ୍ତୁ

The Kashmir Files ଦେଖିବାକୁ ଯାଇଥିବା ମହିଳାଙ୍କଠୁ ଭଡା ନେଲେନି ଅଟୋ ଡ୍ରାଇଭର
The Kashmir Files ଦେଖିବାକୁ ଯାଇଥିବା ମହିଳାଙ୍କଠୁ ଭଡା ନେଲେନି ଅଟୋ ଡ୍ରାଇଭର

ହାଇଦ୍ରାବାଦ: ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'କାଶ୍ମୀର ଫାଇଲ୍ସ' ଗତ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚଳଚ୍ଚିତ୍ରଟି ଅଳ୍ପ ସମୟ ମଧ୍ୟରେ ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇପାରିଛି । ଚଳଚ୍ଚିତ୍ରର ସମର୍ଥନରେ କିଛି ଲୋକ ଏହାକୁ ଦେଖିବା ପାଇଁ ଅନୁରୋଧ କରୁଥିବାବେଳେ ଆଉ କିଛି ଲୋକ ଏହି ଚଳଚ୍ଚିତ୍ର ଦେଖୁଥିବା ଲୋକଙ୍କୁ ଅନେକ ସୁବିଧା ଦେଉଥିବାର ନଜର ଆସିଛନ୍ତି । ଏହି ସମୟରେ ବିବେକ ଅଗ୍ନିହୋତ୍ରୀ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି।

ଏହି ଭିଡିଓରେ ଜଣେ ଅଟୋ ଡ୍ରାଇଭର 'କାଶ୍ମୀର ଫାଇଲ୍ସ' ଦେଖିବା ପାଇଁ ଯାଉଥିବା ମହିଳାଙ୍କଠାରୁ ଭଡା ନେବାକୁ ମନା କରିଥିବାର ନଜର ଆସିଛନ୍ତି। ଭିଡିଓରେ ଡ୍ରାଇଭର ଜଣକ କହିଛନ୍ତି ଯେ, ଏହି ଚଳଚ୍ଚିତ୍ର ପାଇଁ ଏହା ତାଙ୍କର ଜନସେବା ଏବଂ ପ୍ରତ୍ୟେକ ହିନ୍ଦୁ ଏହି ଚଳଚ୍ଚିତ୍ର ଦେଖିବା ଉଚିତ୍।

ସାମ୍ନାକୁ ଆସିଥିବା ଭିଡିଓରେ, ‘ଅଟୋ ଡ୍ରାଇଭର ଜଣେ ବୃଦ୍ଧା ମହିଳାଙ୍କଠାରୁ ଭଡା ଟଙ୍କା ନେବାକୁ ମନା କରୁଥିବାର ନଜର ଆସିଛନ୍ତି । ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ମହିଳା ଅଟୋ ଡ୍ରାଇଭରକୁ ଟଙ୍କା ନେବାକୁ କହୁଛନ୍ତି, ତଥାପି ଡ୍ରାଇବର ଜଣକ ହାତ ଯୋଡି କହୁଛନ୍ତି - ମୋତେ ଟଙ୍କା ଦରକାର ନାହିଁ । ପୁଣି ମହିଳା ଜଣକ କହୁଛନ୍ତି ଆମେ ଆପଣଙ୍କୁ ଟଙ୍କା ଦେବୁ । ଏହାପରେ ଡ୍ରାଇଭର ଉତ୍ତର ଦେଉଛନ୍ତି ଯେ ଆପଣ 'କାଶ୍ମୀର ଫାଇଲ୍ସ' ଦେଖିବାକୁ ଆସିଛନ୍ତି, ତେଣୁ ମୁଁ ଆପଣଙ୍କଠାରୁ ଟଙ୍କା ନେବି ନାହିଁ ’।

ଡ୍ରାଇଭର ଆହୁରି କହିଛନ୍ତି ଯେ, ଦୁନିଆ ବହୁତ କିଛି କରୁଛି । ଏହି ଜିନିଷ ହେବା ଉଚିତ୍ । ପ୍ରତ୍ୟେକ ହିନ୍ଦୁ ଏହି ଚଳଚ୍ଚିତ୍ର ଦେଖିବା ଜରୁରୀ । ଏହା ଉପରେ ମହିଳା ପଚାରୁଛନ୍ତି ଯେ ଆପଣ ଏହି ଚଳଚ୍ଚିତ୍ର ପାଇଁ ଜନସେବା କରିବେ । ଡ୍ରାଇଭର ଏଥିରେ ରାଜି ହୋଇଛନ୍ତି ଏବଂ କହିଛନ୍ତି ଯେ ମୁଁ ଏହି ଚଳଚ୍ଚିତ୍ର ପାଇଁ ଜନସେବା କରିବି । ଯେଉଁମାନେ 'କାଶ୍ମୀର ଫାଇଲ୍ସ' ଚଳଚ୍ଚିତ୍ର ଦେଖିବାକୁ ଯିବେ, ମୁଁ ସେମାନଙ୍କ ସେବାରେ ନିୟୋଜିତ ହେବି ।

ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରି ବିବେକ ରଂଜନ ଅଗ୍ନିହୋତ୍ରୀ ଲେଖିଛନ୍ତି - 'ଭାରତ, ମାନବିକତା, ସମସ୍ତଙ୍କୁ ନମସ୍କାର, କୃତଜ୍ଞ।' ଏହି ସମୟରେ, ସୋସିଆଲ ମିଡିଆ ୟୁଜରମାନେ ସେୟାର ଭିଡିଓ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବାର ଦେଖାଯାଇଛି । ଜଣେ ୟୁଜର ଲେଖିଛନ୍ତି - ମୋ ଦେଶ ବଦଳୁଛି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି- ଭାରତର ପରିଚୟ ହେଉଛି ମାନବିକତା। ଅନ୍ୟ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି - ଏହା ପ୍ରଥମ ଥର ପାଇଁ ଛୋଟ ସହରର ଲୋକମାନେ ମଧ୍ୟ ଚଳଚ୍ଚିତ୍ରର ପ୍ରମୋସନ କରୁଛନ୍ତି । ଏହା ବ୍ୟତୀତ ଅନ୍ୟ ଅନେକ ଲୋକ ଏହି ଅଟୋ ଡ୍ରାଇଭରକୁ ପ୍ରଶଂସା କରୁଥିବା ଦେଖାଯାଏ ।

ଏହା ବି ପଢନ୍ତୁ: ଟ୍ୟାକ୍ସ ଫ୍ରି ହେଲା କାଶ୍ମୀର ଫାଇଲ୍ସ, ପ୍ରଶ୍ନ ଉଠାଇଲେ ଝୁଣ୍ଡ ନିର୍ମାତା

ଉଲ୍ଲେଖନୀୟ ଯେ, ମାର୍ଚ୍ଚ 11 ରେ 650 ପରଦାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଫିଲ୍ମ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ଏହାର ସ୍କ୍ରିନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲଭି ଯୋଶୀ, ମୃଣାଳ କୁଲକର୍ଣ୍ଣିଙ୍କ ଭଳି ଅଭିନେତା ନଜର ଆସିଛନ୍ତି। ଚଳଚ୍ଚିତ୍ରର କଲେକ୍ସନ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସାରା ବିଶ୍ୱରେ ପ୍ରାୟ 200 କୋଟି ରୋଜଗାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details