ଓଡିଶା

odisha

ETV Bharat / sitara

ଉମର ରିଆଜଙ୍କ ବହିଷ୍କାର ନେଇ ମୁହଁ ଖୋଲିଲେ ଭାଇ ଅସୀମ

ଉମର ରିଆଜ ବିଗ୍ ବସ୍-15 ଘରୁ ବାହାରି ସାରିଛନ୍ତି । ତେବେ ଉମରଙ୍କ ବେଘର ହେବାକୁ ନେଇ କିଛି ଲୋକ ଏହାକୁ ଭୁଲ ବୋଲି କହୁଛନ୍ତି ତ କିଛି ଠିକ୍ ବୋଲି କହୁଛନ୍ତି। ଏସବୁ ଭିତରେ ଉମରଙ୍କ ଭାଇ ଅସୀମ ମୁହଁ ଖୋଲିଛନ୍ତି।

ଉମର ରିଆଜଙ୍କ ବହିଷ୍କାରକୁ ନେଇ ମୁହଁ ଖୋଲିଲେ ଭାଇ ଅସୀମ ରିଆଜ
ଉମର ରିଆଜଙ୍କ ବହିଷ୍କାରକୁ ନେଇ ମୁହଁ ଖୋଲିଲେ ଭାଇ ଅସୀମ ରିଆଜ

By

Published : Jan 12, 2022, 4:28 PM IST

ହାଇଦ୍ରାବାଦ:ଉମର ରିଆଜ ବିଗ୍ ବସ୍-15 ଘରୁ ବାହାରି ଯାଇଛନ୍ତି । ତେବେ ଉମରଙ୍କ ବେଘର ହେବାକୁ ନେଇ କିଛି ଲୋକ ଏହାକୁ ଭୁଲ ବୋଲି କହୁଛନ୍ତି ତ କିଛି ଠିକ୍ ବୋଲି କହୁଛନ୍ତି। ଏସବୁ ମଧ୍ୟରେ ଉମରଙ୍କ ଭାଇ ଏବଂ 'ବିଗ୍ ବସ୍ ସିଜନ୍ 13'ରେ ନଜର ଆସିଥିବା ଅସୀମ ରିଆଜ୍ ନୀରବତା ଭାଙ୍ଗିଛନ୍ତି । ଅସୀମ ରିଆଜ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି, ଯାହା ବି ହୋଇଛି ତାହା ଭୁଲ ହୋଇଛି ।

ମିଡିଆ ଅସୀମଙ୍କୁ ଦେଖିବା କ୍ଷଣି ହିଁ ତାଙ୍କୁ ଉମର ରିଆଜଙ୍କ ବହିଷ୍କାର ବିଷୟରେ ପ୍ରଶ୍ନ ପଚାରିଥିଲେ। ମିଡିଆ ଅସୀମଙ୍କୁ ପଚାରିଥିଲେ ​​ଯେ ଉମର ପୁଣିଥରେ ବିଗ୍ ବସ୍ କୁ ଫେରିବେ କି ? ଏହି ପ୍ରତିକ୍ରିୟାରେ ଅସୀମ କହିଛନ୍ତି- ନା, ମୁଁ ଏହା ଜାଣି ନାହିଁ । ଅସୀମ ଆହୁରି କହିଛନ୍ତି କି, ଯେଉଁମାନେ ଉମରଙ୍କୁ ସପୋର୍ଟ କରିଛନ୍ତି, ସେମାନଙ୍କୁ ହୃଦୟରୁ ଧନ୍ୟବାଦ। ଏମାନେ ଏଥିପାଇଁ ସପୋର୍ଟ କରୁଛନ୍ତି କାରଣ ସେମାନେ ସବୁକିଛି ଦେଖିଛନ୍ତି। ଏତେ ପ୍ରତିଯୋଗୀ ଥିଲେ ସମସ୍ତେ ଧକ୍କା ଦେଇଛନ୍ତି। କିନ୍ତୁ ଉମର ଯେଉଁ ଧକ୍କା ଦେଇଛନ୍ତି ସେ କିଛି ଦେଖିନାହାନ୍ତି । ଯାହା ଘଟିଲା ତାହା ଉଦ୍ଦେଶ୍ୟମୂଳକ ଥିଲା। ଏହା ପରେ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା।​

ଅସୀମ ଆହୁରି କହିଛନ୍ତି ଯେ, ତାଙ୍କ ଖେଳ ବହୁତ ଶକ୍ତିଶାଳୀ ଥିଲା। ମୁଁ ସେଦିନ ସିଜନରେ ଦେଖୁଥିଲି, ଉମରଙ୍କ ବିରୁଦ୍ଧରେ ସମସ୍ତେ ଗାଇଡ କରୁଥିଲେ। ଉମରଙ୍କ ଯୋଗୁଁ ଏହା ହେଉଛି । ଏହା ଅନ୍ୟାୟ କିନ୍ତୁ ଏହା ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details