ଓଡିଶା

odisha

By

Published : Jul 5, 2020, 10:39 PM IST

ETV Bharat / sitara

ପେଣ୍ଟିଂ ନିଲାମ କରି ବିଦ୍ୟୁତ୍ ବିଲ ଗଣିବେ ଅର୍ଶଦ !

ଅଭିନେତା ଅର୍ଶଦ ୱାର୍ସି ତାଙ୍କ ପେଣ୍ଟିଂ କିଣିବାକୁ ଟ୍ୱିଟ୍ ମାଧ୍ୟମରେ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି । ଏଥିରୁ ଯାହା ବି ଟଙ୍କା ମିଳିବ, ଅର୍ଶଦ ସେହି ଟଙ୍କାରେ ତାଙ୍କ ଘରର ବିଦ୍ୟୁତ୍ ବିଲ୍ ଦେବେ । ଅର୍ଶଦଙ୍କ ପ୍ରଶଂସକମାନଙ୍କ ବ୍ୟତୀତ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ଏହି ଟ୍ୱିଟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଅଧିକ ପଢନ୍ତୁ...

arshad warsi wants to people buy his painting for pay his electricity bill
ବିଦ୍ୟୁତ୍ ବିଲ୍କୁ ନେଇ ଅସନ୍ତୋଷ ପ୍ରକାଶ କଲେ ଅର୍ଶଦ, ପ୍ରଶଂସକଙ୍କୁ କଲେ ନିବେଦନ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଶଦ ୱାର୍ସି ତାଙ୍କ ପେଣ୍ଟିଂ କିଣିବାକୁ ଟ୍ୱିଟ୍ ମାଧ୍ୟମରେ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି । ଏଥିରୁ ଯାହା ବି ଟଙ୍କା ମିଳିବ, ଅର୍ଶଦ ସେହି ଟଙ୍କାରେ ତାଙ୍କ ଘରର ବିଦ୍ୟୁତ୍ ବିଲ୍ ଦେବେ ।

ଅର୍ଶଦ ଟ୍ୱିଟରରେ ଥଟ୍ଟା କରି କହିଛନ୍ତି ଯେ, ବିଦ୍ୟୁତ ବିଲ ଦେବାକୁ ମତେ ଆସନ୍ତା ମାସରେ ମୋର କିଡନୀ ବିକ୍ରି କରିବାକୁ ପଡିବ । ସେ ଘରର 1 ଲକ୍ଷ ଟଙ୍କା ବିଦ୍ୟୁତ୍ ବିଲ ପାଇଁ ନିଜର କିଛି ପେଣ୍ଟିଂକୁ ବିକ୍ରି କରିବାକୁ ଚାହୁଁଛନ୍ତି ।

ରବିବାର ଦିନ ଏକ ଟୁଇଟ୍‌ରେ ଅର୍ଶଦ କହିଛନ୍ତି, ଜୁଲାଇ 5 ରେ ବିଦ୍ୟୁତ୍ ବିଲ୍ ପାଇଁ ତାଙ୍କ ଆକାଉଣ୍ଟରୁ 1.03 ଲକ୍ଷ ଟଙ୍କା ଡେବିଟ୍ କରାଯାଇଥିଲା । ଏକ ପୃଥକ ଟ୍ୱିଟରେ ସେ ତାଙ୍କ ପେଣ୍ଟିଂ ବିଷୟରେ ଏକ ଖବର ସେୟାର କରିଛନ୍ତି ଏବଂ ଏହାକୁ କିଣିବାକୁ ତାଙ୍କ ପ୍ରଂଶସକମାନଙ୍କୁ ନିବେଦନ କରିଛନ୍ତି ।

'ମୋ ପେଣ୍ଟିଂ କିଣନ୍ତୁ, ମୋତେ ମୋ ଘରର ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ । ଏଥିସହ ମତେ ଆସନ୍ତା ମାସରେ ଘରର ବିଦ୍ୟୁତ୍ ବିଲ୍ ଦେବା ପାଇଁ ମୋର କିଡନୀ ବିକ୍ରି କରିବାକୁ ପଡିବ ।’

ଅର୍ଶଦଙ୍କ ଏହି ଟ୍ୱିଟରେ ଅଭିନେତ୍ରୀ ଟିସ୍କା ଚୋପ୍ରା କହିଥିଲେ, ବାହାରେ ବିକ୍ରି କରିବା ପୂର୍ବରୁ ମୋ ପାଇଁ ଅଲଗା କରି ରଖି ଦିଅ । ଅଭିନେତ୍ରୀ ଶ୍ରୁତି ସେଥ ଲେଖିଛନ୍ତି, ମୁଁ ତୁମର ଦୁଇଟି ପେଣ୍ଟିଂର ମାଲିକ ହୋଇଥିବାରୁ ଗର୍ବିତ ଅଟେ । ମତେ ମୋର ଟାଟା ବିଦ୍ୟୁତ୍ ବିଲ୍ ଦେବା ପାଇଁ ହୁଏତ ଗୋଟିଏକୁ ବିକ୍ରି କରିବାକୁ ପଡିପାରେ ।

ଜଣେ ପ୍ରଶଂସକ ଲେଖିଛନ୍ତି, କିନ୍ତୁ ସାର୍, ତୁମର ପେଣ୍ଟିଂ କିଣିବା ପାଇଁ ମୋର କିଡନୀ ବିକ୍ରି କରିବାକୁ ପଡିବ ।

ପ୍ରକାଶ ଥାଉ କି, ଅର୍ଶଦଙ୍କ ବ୍ୟତୀତ ଅନେକ ସେଲିବ୍ରିଟି ସେମାନଙ୍କ ଘରର ବିଦ୍ୟୁତ ବିଲକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥି ମଧ୍ୟରେ ତାପସୀ ପନ୍ନୁ, ସୋହା ଅଲି ଖାନ, ନେହା ଧୁପିଆ, ଭୀର ଦାସ ଏବଂ ରେଣୁକା ଶାହାନେଙ୍କ ନାମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details