ଓଡିଶା

odisha

ETV Bharat / sitara

କିୟାରାଙ୍କ ଉପରେ ଫିଦା ହେଲେ ଅର୍ଜୁନ ରେଡ୍ଡି

କବୀର ସିଂହର ସଫଳତା ପରେ କିୟାରାଙ୍କ ଉପରେ ପୁରା ଫିଦା ବିଜୟ ଦେବରକୋଣ୍ଡା । ଫିଲ୍ମରେ କିୟାରାଙ୍କ ଅଭିନୟକୁ ମିଳିଛି ବେଶ ପ୍ରଶଂସା । ଚିଠି ଲେଖି ପ୍ରଶଂସା କଲେ ବିଜୟ ।

By

Published : Jun 29, 2019, 2:14 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ବଲିଉଡ କଳାକାର ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଫିଲ୍ମ ‘କବୀର ସିଂହ’ ଏବେ ପରଦା ଉପରେ ରାଜ କରୁଛି । ପ୍ରଶଂସା ସାଉଁଟିବାରେ ଏବେ ବ୍ୟସ୍ତ ‘କବୀର ସିଂହ’। ଫିଲ୍ମଟି ଏ ପର୍ଯ୍ୟନ୍ତ 150କୋଟି ବ୍ୟବସାୟ କରିସାରିଲାଣି । ଶାହିଦଙ୍କ ଲୁକ ସହ ତାଙ୍କ ଅଭିନୟକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ । ଏହାସହ କିୟାରାଙ୍କ ଅଭିନୟକୁ ମଧ୍ୟ ବେଶ ପ୍ରଶଂସା ମିଳିଛି ।

ତେବେ କିୟାରାଙ୍କ ଅଭିନୟରେ ପୁରା ଫିଦା ଅର୍ଜୁନ ରେଡ୍ଡିର ଅଭିନେତା ବିଜୟ ଦେବରକୋଣ୍ଡା । ଏପରିକି କିୟାରାଙ୍କୁ ଚିଠି ସହ ଫୁଲ ମଧ୍ୟ ପଠାଇଥିଲେ । ଏହାପରେ କିୟାରା ଦେବରକୋଣ୍ଡାଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରକାଶଥାଉକି, ନିକଟରେ କିୟାରା ‘କବୀର ସିଂହ’ର ସଫଳତାକୁ ଉପଭୋଗ କରୁଥିବାର ନଜର ଆସିଥିଲା । ସୋସିଆଲ ମିଡିଆରେ ଏନେଇ କିଛି ଫଟୋ ମଧ୍ୟ ସେୟାର କରିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟଗ୍ରାମ/viralbhayani

ଶାହିଦ କପୁରଙ୍କ କ୍ୟାରିୟର ସବୁଠୁ ବଡ ଓପୋନିଂ ଫିଲ୍ମ ହେଲା ‘କବୀର ସିଂହ’ । ପ୍ରଥମ ଦିନରେ ପ୍ରାୟ 20.21 କୋଟିର ବ୍ୟବସାୟ କରିଥିଲା ଫିଲ୍ମ । ଫିଲ୍ମରେ ଲଭ ଡ୍ରାମା ଦେଖିବାକୁ ମିଳିଛି । ଶାହିଦଙ୍କୁ ଏଥିରେ ପାଗଳପ୍ରେମୀ ଭାବରେ ଦେଖିବାକୁ ମିଳିଛି ।

ABOUT THE AUTHOR

...view details