ଓଡିଶା

odisha

ETV Bharat / sitara

ପରିବାର ସହ ଜଙ୍ଗଲ ସଫାରୀ ମଜା ନେଉଛନ୍ତି ଅର୍ଜୁନ ରାମପାଲ୍

ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସ ଓ ପିଲାମାନଙ୍କ ସହ ସତପୁରା ଟାଇଗର ରିଜର୍ଭରେ ଜଙ୍ଗଲ ସଫାରି ଉପଭୋଗ କରୁଛନ୍ତି । ଅଧିକ ପଢନ୍ତୁ...

By

Published : Feb 17, 2021, 5:40 PM IST

ଅର୍ଜୁନ ରାମପାଲ୍
ଅର୍ଜୁନ ରାମପାଲ୍

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସ ଓ ପିଲାମାନଙ୍କ ସହ ସତପୁରା ଟାଇଗର ରିଜର୍ଭରେ ଜଙ୍ଗଲ ସଫାରି ଉପଭୋଗ କରୁଛନ୍ତି । ‘ଡାଡି’ ଫିଲ୍ମ ଅଭିନେତା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଡିଲଭ୍ ଗାବ୍ରିଏଲା ଡେମେଟ୍ରିଏଡସ୍, ପୁଅ ଆରିକ୍ ଏବଂ ଝିଅ ମହିକ୍କା ଏବଂ ମିରାଙ୍କ ସହ କିଛି ଜଙ୍ଗଲ ସଫାରି ଚମତ୍କାର ଚିତ୍ର ଏବଂ ଭିଡିଓ ସ୍ନାପ୍ ସେୟାର କରିଛନ୍ତି ।

ଅର୍ଜୁନ ଏହା ମଧ୍ୟ ଲେଖିଛନ୍ତି, ‘ସତପୁରା ଟାଇଗର ରିଜର୍ଭରେ ବିସ୍ମୟକର ତଥା ଚମତ୍କାର ଦିନ ବିତିଛି । ଏକ ବାଘୁଣୀ, ଶିକାରକୁ ଜଗିଥିବା ବାଘ, ଭାଲୁ ଛୁଆ-ମାଙ୍କ ସହ ବିତିଛି ସମୟ । ଅନେକ ସୁନ୍ଦର ସୁନ୍ଦର ପଶୁ-ପକ୍ଷୀଙ୍କୁ ଦେଖିବାକୁ ମିଳିଛି’ ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଏହା ହେଉଛି ଭାରତର ସର୍ବ ପୁରାତନ ତଥା ବୃହତ୍ତମ ଜଙ୍ଗଲ ସଂରକ୍ଷଣ ସ୍ଥାନ । ମଧ୍ୟପ୍ରଦେଶ ପର୍ଯ୍ୟଟନ ପ୍ରାଣୀମାନଙ୍କ ପାଇଁ ଅଧିକ ନିରାପଦ ସ୍ଥାନ ସୃଷ୍ଟି କରିବା ପାଇଁ ଅଭୟାରଣ୍ୟର 47 ଟି ଗ୍ରାମକୁ ସ୍ଥାନାନ୍ତର କରି ଏକ ଉତ୍ତମ କାର୍ଯ୍ୟ କରିଛି। ଏଠାରେ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ’ ।

ତେବେ ଅର୍ଜୁନ ରାମପାଲଙ୍କୁ ଶେଷ ଥର ପାଇଁ ଜେ.ପି. ଦତ୍ତଙ୍କ ‘ପଲଟନ’ରେ ସୋନୁ ସୁଦ ଏବଂ ଜ୍ୟାକି ଶ୍ରଫଙ୍କ ସହ ଦେଖିବାକୁ ମିଳିଥିଲା। ତାଙ୍କୁ ଖୁବ୍ ଶୀଘ୍ର କଙ୍ଗନା ରଣାୱତଙ୍କ ଫିଲ୍ମ ‘ଧାକଡ’ରେ ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

............

Mumbai: Bollywood actor Arjun Rampal has escaped for a quick getaway jungle safari in Satpura Tiger Reserve with his kids and girlfriend Gabriella Demetriades.

The Daddy actor took to his Instagram handle and shared a few stunning pictures and video snippets with ladylove Gabriella Demetriades, son Arik and the actor's daughters, Mahikka and Myra from their recent jungle safari adventure.

Arjun also penned a happy note which read, "An absolutely mesmerising and fantastic day at Satpura tiger reserve yesterday, spotted a tigress, a tiger stalking gaur, three sloth bears a mother and cub and one solo. Lots of other beautiful animals."

He added, "This is the oldest and largest forest reserve in India at #mptourism has done a fantastic job of relocating 47 villages around the sanctuary to create a larger more safer space for the animals. A must visit here is recommended. Thank you @chinmay_thejungleman @shubham_alvae @anish_joshua for the most memorable memories."

On the work front, Arjun Rampal was last seen alongside Sonu Sood and Jackie Shroff in J.P. Dutta's Paltan. He will soon be seen alongside Kangana Ranaut Dhaakad.

ABOUT THE AUTHOR

...view details