ଓଡିଶା

odisha

ETV Bharat / sitara

ତୃତୀୟ ଥର ପିତା ହେଲେ ଅର୍ଜୁନ

ଅର୍ଜୁନ ରାମପାଲଙ୍କ ଘରେ ସାମିଲ ହେଲେ ନୂଆ ଅତିଥି । ଗାର୍ଲଫ୍ରେଣ୍ଡ ଗାବ୍ରିଏଲ ଜନ୍ମ ଦେଲେ ବେବି ବୟ ।

By

Published : Jul 19, 2019, 9:06 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ ରାମପାଲ

ମୁମ୍ବାଇ: ଫେମସ ଅଭିନେତା ଅର୍ଜୁନ ରାମପାଲ ଓ ଗାର୍ଲଫ୍ରେଣ୍ଡ ଗାବ୍ରିଏଲ ଡେମେଟ୍ରିୟାଦ ଦୀର୍ଘ ସମୟରୁ ନିଜ ରିଲେସନସିପକୁ ନେଇ ଚର୍ଚ୍ଚାରେ । ଏବେ ଅର୍ଜୁନଙ୍କ ଫ୍ୟାନ୍ସ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଅର୍ଜୁନଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି । ଗର୍ଭବତୀ ଥିବା ଅର୍ଜୁନଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲ ବେବି ବୟକୁ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ପୁରା ପରିବାରରେ ଖୁସିର ଲହରୀ ଖେଳିଯାଇଛି । ତୃତୀୟ ଥର ପିତା ହୋଇଛନ୍ତି ଅର୍ଜୁନ ।

ଗତକାଲି ଗାବ୍ରିଏଲଙ୍କୁ ମୁମ୍ବାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ଅର୍ଜୁନ ଝିଅଙ୍କ ସହ ମେଡିକାଲ ବାହାରେ ନଜର ଆସିଥିଲେ । ଗାବ୍ରିଏଲ ମେଡିକାଲରେ ଭର୍ତ୍ତି ହେବା ପରଠାରୁ ଫ୍ୟାନ୍ସ ଖୁସି ଖବର ଶୁଣିବାକୁ ଅପେକ୍ଷା କରି ବସିଥିଲେ ।

କିଛି ଦିନ ପୂର୍ବରୁ ଅର୍ଜୁନ ପ୍ରେମିକାଙ୍କ ପାଇଁ ବେବି ସାୱର ସେରିମନିର ଆୟୋଜନ ମଧ୍ୟ କରିଥିଲେ । ଯାହାର ଅନେକ ଫଟୋ ଗାବ୍ରିଏଲ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ପ୍ରକାଶ ଥାଉକି ଅର୍ଜୁନ ଓ ଗାବ୍ରିଏଲ ଏଯାବତ ବିବାହ ବନ୍ଧନରେ ଆବଦ୍ଧ ହୋଇନାହାଁନ୍ତି କିମ୍ବା ବିବାହ କରିବାକୁ ନେଇ କୌଣସି ଘୋଷଣା ମଧ୍ୟ କରିନାହାଁନ୍ତି । ଏବେ କିନ୍ତୁ ଶୁଣିବାକୁ ମିଳୁଛି ଯେ ଦୁଇଜଣ ଖୁବଶୀଘ୍ର ବିବାହ କରିବେ ।

ଅର୍ଜୁନ ଗତବର୍ଷ ପୂର୍ବତନ ପତ୍ନୀ ମେହର ଜେସିୟାଙ୍କ ଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏଯାବତ ଦୁଇଜଣଙ୍କର ଛାଡପତ୍ର ହୋଇନାହିଁ । ଆପୋଷ ବୁଝାମଣାରେ ଦୁଇଜଣ ଅଲଗା ହୋଇଥିଲେ ଆଉ ଅର୍ଜୁନ ଗାବ୍ରିଏଲଙ୍କ ସହ ଲିଭ ଇନ ରିଲେସନସିପରେ ରହିବା ଆରମ୍ଭ କରିଦେଇଥିଲେ । ଅର୍ଜୁନ ଓ ମେହରଙ୍କ ଦୁଇଟି ଝିଅ ମାହିକା ଓ ମାୟରା ମଧ୍ୟ ଅଛନ୍ତି ।

ଗାବ୍ରିଏଲ ସାଉଥ ଆଫ୍ରିକାର ଫେମସ ମଡେଲ । ସେ 2009ରେ ମିସ ଇଣ୍ଡିଆନ ପ୍ରିମିୟର ଲିଗରେ ଭାଗ ନେଇଥିଲେ ଏବଂ ସେ FHMର ବିଶ୍ବର 100 ସେକ୍ସୀ ମହିଳାଙ୍କ ମଧ୍ୟରେ ନିଜର ସ୍ଥାନ ପକ୍କା କରିଥିଲେ । ସେ ଫେମସ ମିସ IPL ବଲିଉଡର ମୁକୁଟ ପିନ୍ଧିବା ପରେ ହୋଇଥିଲେ । ଅର୍ଜୁନ ଓ ଗାବ୍ରିଏଲଙ୍କ ସାକ୍ଷାତ 2009ରେ ଆଇପିଏଲର ଆପ୍ଟର ପାର୍ଟିରେ ହୋଇଥିଲା । ପରେ ଦୁଇଜଣ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ ।

ABOUT THE AUTHOR

...view details