ଓଡିଶା

odisha

ମଲାଇକାଙ୍କ ସହ ଫଟୋ ସେୟାର କରି ଏମିତି କହିଲେ ଅର୍ଜୁନ

By

Published : Jun 28, 2021, 10:58 PM IST

ବଲିଉଡ ଷ୍ଟାର ଅର୍ଜୁନ କପୁର ନିଜ ବର୍ଥ ଡେ ପାର୍ଟିର ଫଟୋ ସେୟାର କରି ଗର୍ଲଫ୍ରେଣ୍ଡ ମଲାଇକାଙ୍କୁ ଏମିତି କହିଛନ୍ତି । ଅଧିକ ପଢନ୍ତୁ...

ମଲାଇକାଙ୍କ ସହ ଫଟୋ ସେୟାର କରି ଏମିତି କହିଲେ ଅର୍ଜୁନ
ମଲାଇକାଙ୍କ ସହ ଫଟୋ ସେୟାର କରି ଏମିତି କହିଲେ ଅର୍ଜୁନ

ହାଇଦ୍ରାବାଦ: ବଲିଉଡ ଷ୍ଟାର ଅର୍ଜୁନ କପୁର ନିଜ ଜନ୍ମଦିନ ଗର୍ଲଫ୍ରେଣ୍ଡ ମଲାଇକାଙ୍କ ସହ ପାଳିଛନ୍ତି । ସେ ନିଜ ଜନ୍ମଦିନର ମଧ୍ୟାହ୍ନ ଭୋଜନ ଫଟୋ ମଲାଇକାଙ୍କ ସହ ସେୟାର କରିଛନ୍ତି । ଏହି ଫଟୋର କ୍ରେଡିଟ ସେ ମଲାଇକାଙ୍କୁ ଦେଇଛନ୍ତି ଏବଂ ଫଟୋଟି ତାଙ୍କୁ ଖୁବ ପସନ୍ଦ ଆସିଛି ବୋଲି କହିଛନ୍ତି ।

ଜୁନ୍ 26ରେ ଅର୍ଜୁନ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରିର ଅନ୍ୟ କଳାକାରଙ୍କ ପାଇଁ ଏକ ଭୋଜିର ଆୟୋଜନ କରିଥିଲେ । ଯେଉଁଥିରେ ତାଙ୍କ ଭଉଣୀ ଅନସୁଲା କପୁର, ଜାନଭୀ କପୁର ଏବଂ ଖୁସି କପୁର ମଧ୍ୟ ଯୋଗ ଦେଇଥିଲେ। ଏହି ଫଟୋ ସେୟାର କରି ଅର୍ଜୁନ ଲେଖିଛନ୍ତି ଯେ ସେ ଗୋଟିଏ ବର୍ଷ ପୂର୍ବରୁ ଜଣେ କନଫ୍ୟୁଜଡ ପରସନ ଥିଲେ କିନ୍ତୁ ବର୍ତ୍ତମାନ ସେ ତାଙ୍କ ଜୀବନରେ ସମସ୍ତ ବାଧାବିଘ୍ନକୁ ସାମନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ଅର୍ଜୁନ ନିଜର ଆଗାମୀ ଫିଲ୍ମ Ek Villain 2ରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୋହିତ ସୁରୀ । ଆଉ ଏକ ଚଳଚ୍ଚିତ୍ର ଭୁତ ପୋଲିସ ମଧ୍ୟ ସେ ଅଭିନୟ କରିଛନ୍ତି । ଅର୍ଜୁନ ମଲାଇକାଙ୍କ ସହିତ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details