ନୂଆଦିଲ୍ଲୀ: ବଲିଉଡର ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ସୋସିଆଲ ମିଡିଆରେ ତାଙ୍କର ଏକ ନୂଆ ଲୁକ୍ ର ଫଟୋ ସେୟାର କରିଛନ୍ତି । ଅର୍ଜୁନଙ୍କ ଏହି ଫଟୋରେ ତାଙ୍କ ବିଏଫ୍ଏଫ୍ କ୍ୟାଟ୍ରିନା କୌଫ ଏକ ମଜାଦାର କମେଣ୍ଟ କରି ପ୍ରଂଶସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ନିକଟରେ ଅର୍ଜୁନ ଇନଷ୍ଟାଗ୍ରାମରେ ନିଜର ଏକ ନୂଆ ଲୁକ୍ ର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅର୍ଜୁନ ଏକ ହଳଦିଆ ସର୍ଟ ସହିତ ଡେନିମ୍ ଜିନ୍ସରେ ବହୁତ ଷ୍ଟାଇଲିସ୍ ଦେଖାଯାଉଛନ୍ତି । ଫଟୋ କ୍ୟାପସନରେ ଅର୍ଜୁନ ଲେଖିଛନ୍ତି, ଲେଫ୍ଟ ବାଲା ସାଇଡ ରାଇଟ ବାଲେ ସାଇଡ ସେ ଲମ୍ବା ହେ କ୍ୟା ?
ଅର୍ଜୁନଙ୍କ ଏହି ଫଟୋକୁ ପ୍ରଶଂସକଙ୍କ ସହିତ ସେଲିବ୍ରିଟିମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି ।