ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ବର୍ତ୍ତମାନ ନିଜ ବହୁପ୍ରିକ୍ଷିତ ଫିଲ୍ମ ‘ପାନିପଥ’କୁ ନେଇ ଚର୍ଚ୍ଚାରେ । ଗତ ମଙ୍ଗଳବାର ଫିଲ୍ମର ଲୋମହର୍ଷଣକାରୀ ଟ୍ରେଲର ରିଲିଜ କରି ମେକର୍ସ ଦର୍ଶକଙ୍କ ଉତ୍ସାହ ବଢାଇ ଦେଇଛନ୍ତି। ଡିସେମ୍ବର 6ରେ ପରଦାରେ ଦର୍ଶକ ଦେଖିବେ ଇତିହାସର ପ୍ରଳୟଙ୍କାରୀ ଯୁଦ୍ଧ ପାନିପଥ ତୃତୀୟ କାହାଣୀ । ଯେଉଁଥିରେ ଅର୍ଜୁନ ମରାଠା ସେନା ସଦାଶିବ ରାଓ ହୋଇ ଦିଲ୍ଲୀ ସୁଲତାନ ଅହମ୍ମଦ ଶାହ ଅବଦ୍ଦାଲି ସହ ଲଢୁଥିବାର ନଜର ଆସିବେ । ଇତିମଧ୍ୟରେ ଅର୍ଜୁନଙ୍କ ଆଗାମୀ ଫିଲ୍ମର ଘୋଷଣା ହୋଇଯାଇଛି । ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ ।
ଏକାଠି ହେବେ ଅର୍ଜୁନ ଓ ରକୁଲ
ପ୍ରଥମଥର ଗୋଟିଏ ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି ଅର୍ଜୁନ କପୁର ଓ ରକୁଲ ପ୍ରୀତ ସିଂ। ନିର୍ଦ୍ଦେଶକ କାଶଭୀ ନାୟରଙ୍କ ଆଗାମୀ ପ୍ରୋଜେକ୍ଟରେ ନଜର ଆସିବେ ଏହି ଯୋଡି।
ପ୍ରଥମଥର ଅର୍ଜୁନ ସୁନ୍ଦରୀ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ସହ ପରଦାରେ ରୋମାନ୍ସ କରୁଥିବାର ନଜର ଆସିବେ। ଏହାର ସୂଚନା ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟରରେ ରକୁଲ ଓ ଅର୍ଜୁନଙ୍କ ଏକ ଫଟୋ ସେୟାର କରି ଦେଇଛନ୍ତି।
ଫଟୋ କ୍ୟାପସନରେ ତରଣ ଲେଖିଛନ୍ତି, ‘ଖୁବଶୀଘ୍ର ଅର୍ଜୁନ ଓ ରକୁଲ ଏକାଠି ଗୋଟିଏ ଫିଲ୍ମରେ ନଜର ଆସିବେ। ହେଲେ ଏଯାବତ ଫିଲ୍ମର ଟାଇଟର ସ୍ଥିର ହୋଇନାହିଁ । ଯାହାର ନିର୍ଦ୍ଦେଶନା କରିବେ କାଶଭୀ ନାୟର । ସେହିପରି ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇବେ ଭୂଷଣ କମାର, କ୍ରିଷ୍ଣ କୁମାର, ମୋନିସ ଆଡଭାନୀ, ମଧୁ ବୋଜୱାନି, ନିକିଲ ଆଡଭାନୀ ଓ ଜନ ଅବ୍ରାହମ। ଏହି ଫିଲ୍ମର ସୁଟିଂ ଚଳିତ ମାସରେ ଆରମ୍ଭ ହେବାକୁ ଯାଉଛି। ’