ମୁମ୍ବାଇ: ଭାରତର ଲୋକପ୍ରିୟ ସେଲିବ୍ରିଟିଙ୍କ ମଧ୍ୟରେ ଜଣେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ତେବେ ଦଳର ରନ୍ ମେସିନ ବୋଲାଯାଉଥିବା ତଥା ଏହି ଲୋକପ୍ରିୟ କ୍ରିକେଟରଙ୍କ ଆଜି ହେଉଛି ବର୍ଥ ଡେ' । ଏହି ଅବସରରେ ସୋସିଆଲ ମିଡ଼ିଆରେ ଏକ ପ୍ରେମଭରା ନୋଟ୍ ସେୟାର କରି ହବି ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା । ବିରାଟଙ୍କ ହୃଦୟ ସଚ୍ଚୋଟତାରେ ପରିପୂର୍ଣ୍ଣ ବୋଲି କହିଛନ୍ତି ଅନୁଷ୍କା ।
ପ୍ରେମଭରା ନୋଟ୍ ସହିତ ଏକ ସୁନ୍ଦର ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି ଯେ, " ଏହି ଫଟୋ ପାଇଁ କୌଣସି ଫିଲଟ୍ର(Filter)ର ଆବଶ୍ୟକତା ନାହିଁ । ତୁମ ହୃଦୟ ସଚ୍ଚୋଟତାର ଭରପୂର ଓ ଶକ୍ତ । ତୁମ ଭିତରେ ଥିବା ସାହସ ଆଗରେ ଭୟ ଫିକା ପଡ଼ିଥାଏ । ଅନ୍ଧକାରରୁ ତୁମେ ଯେଭଳି ଆଲୋକକୁ ଆସିଥାଏ, ସେପରି ଅନ୍ୟ କେହି ଥିବା ମୁଁ ଜାଣିନାହିଁ । ତୁମେ ଯେକୌଣସି ପରିସ୍ଥିତିରୁ ମୁକୁଳିବାର କ୍ଷମତା ରଖିଥାଅ, କାରଣ କୌଣସି ବି ପରିସ୍ଥିତି ଚିରସ୍ଥାୟୀ ନୁହେଁ ଏବଂ ତୁମେ ଏହା ମଧ୍ୟରୁ ନିର୍ଡରତା ସହିତ ବାହିରିଥାଅ । " ଏଭଳି ନୋଟ୍ ସେୟାର କରି ଅନୁଷ୍କା ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ ତାଙ୍କ ଜୀବନକୁ ଅଧିକ ଆଲୋକିତ କରିଥିବାରୁ ସେ ବିରାଟଙ୍କୁ ଜଣାଇଛନ୍ତି ଧନ୍ୟବାଦ ।