ମୁମ୍ବାଇ: ଦୀର୍ଘ ସମୟ ପରେ ପରଦାରେ ପୁଣି ନଜର ଆସିବେ ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ଶର୍ମା । ଶେଷଥର ସେ ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଜିରୋ’ରେ ଦେଖାଯାଇଥିଲେ । ସେ କୌଣସି ଫିଲ୍ମରେ ସାଇନ ନକରିଥିବାରୁ ଚର୍ଚ୍ଚା ଜୋର ଧରିଥିଲା ଯେ ସେ ଫିଲ୍ମ ଦୁନିଆକୁ ଅଲବିଦା କହିପାରନ୍ତି । ହେଲେ ଏହା କେବଳ ଉଡା ଖବର ଥିଲା । ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ ସାମ୍ନାକୁ ଆସିଛି । ସେ ନିଜ ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ନିକଟରେ ଏହି ଫିଲ୍ମର ଘୋଷଣା ହୋଇଥିଲା ।
ଝୁଲନ ଗୋସ୍ବାମୀ ବାୟୋପିକରେ ଅନୁଷ୍କା, ଆରମ୍ଭ କଲେ ସୁଟିଂ
ଅନୁଷ୍କା ଶର୍ମାଙ୍କ ଫ୍ୟାନ୍ସଙ୍କୁ ମିଳିଲା ଗୁଡନ୍ୟୁଜ । ନିଜ ଆଗାମୀ ଫିଲ୍ମ ତଥା ଝୁଲନ ଗୋସ୍ବାମୀଙ୍କ ବାୟୋପିକର ସୁଟିଂ ଆରମ୍ଭ କଲେ। ଫିଲ୍ମରେ କ୍ରିକେଟର ଝୁଲନଙ୍କ ଭୂମିକାରେ ନଜର ଆସିବେ ଅନୁଷ୍କା ।
ସେ ଖୁବଶୀଘ୍ର ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ ଝୁଲନ ଗୋସ୍ବାମୀଙ୍କ ବାୟୋପିକରେ ନଜର ଆସିବେ । ରବିବାର ଏହି ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ଶନିବାର ଅନୁଷ୍କା କୋଲକାତାର ଇର୍ଡେନ ଗାର୍ଡନରେ ଫିଲ୍ମର ଟିଜର ପାଇଁ ସଟ ଦେଇଥିଲେ । ଏହି ସମୟରେ ସେ ଭାରତୀୟ କ୍ରିକେଟ ଟିମ ଜର୍ସି ପିନ୍ଧିଥିବାର ନଜର ଆସିଥିଲେ । ଯାହାର କିଛି ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଦେଖିବାକୁ ମିଳୁଛି ।
ପ୍ରୋସିତ ରାୟଙ୍କ ଦ୍ବାରା ନିର୍ଦ୍ଦେଶିତ ହେବାକୁ ଯାଉଥିବା ଏହି ଫିଲ୍ମର ଟାଇଟଲ ଚକଦାହା ଏକ୍ସପ୍ରେସ ରଖାଯାଇଛି । ପ୍ରୋସିତ ଏହାପୂର୍ବରୁ ସେ ଅନୁଷ୍କାଙ୍କ ପ୍ରଯୋଜିତ ପରୀର ମଧ୍ୟ ନିର୍ଦ୍ଦେଶନା କରିଥିଲେ ।