ଓଡିଶା

odisha

By

Published : Feb 7, 2020, 4:07 AM IST

Updated : Feb 7, 2020, 4:13 AM IST

ETV Bharat / sitara

ସ୍ବାଧୀନତାକୁ ନେଇ ଅନୁପମଙ୍କ କଡା ଜବାବ, ଭାଇରାଲ ହେଲା ଭିଡିଓ

ପୁଣି ଟ୍ବିଟରରେ ଏକ ନୂଆ ଭିଡିଓ ସେୟାର କରି ଚର୍ଚ୍ଚାରେ ଅନୁପମ ଖେର । ଏବେ ବାମପନ୍ଥୀଙ୍କ ସ୍ବାଧୀନତା ନାରାବାଜିକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଅନୁପମ ।

anupam kher
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର

ମୁମ୍ବାଇ: ବିଶିଷ୍ଟ ଅଭିନେତା ଅନୁପମ ଖେର କିଛି ଦିନ ହେବ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସାମାଜିକ ପ୍ରସଙ୍ଗ ଉପରେ ନିଜ ପ୍ରତିକ୍ରିୟା ରଖୁଥିବାର ନଜର ଆସୁଛନ୍ତି । ପ୍ରାୟତଃ ସୋସିଲ ମିଡିଆରେ ଆକ୍ଟିଭ ଅଛନ୍ତି ଅନୁପମ। ସେ ନିଜ ଭିଡିଓ ଜରିଆରେ ଲୋକଙ୍କ ସାମ୍ନାରେ ପକ୍ଷ ରଖିବା ସହ ଫ୍ୟାନ୍ସଙ୍କୁ ବୁଝାଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି।

ଇତିମଧ୍ୟରେ ସେ ଟ୍ବିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏହା କହୁଥିବାର ନଜର ଆସୁଛନ୍ତି ଯେ ଯେଉଁମାନେ ସ୍ବାଧୀନତା ନାରାବାଜି କରୁଛନ୍ତି । ଏମାନେ କଣ କହିବାକୁ ଚାହୁଁଛନ୍ତି? କାରଣ ଦେଶ ତ ଅଗଷ୍ଟ 15 1947ରେ ସ୍ବାଧୀନ ହୋଇସାରିଛି । ଏହି ସ୍ବାଧୀନତା ପାଇଁ ଆମ ପୂର୍ବପୁରୁଷ, ଆମ ମହାନ ନେତା ବହୁତ କଷ୍ଟ କରି ରକ୍ତ ବୁହାଇ ଦେଶକୁ ସ୍ବାଧୀନତା ଦେଇଥିଲେ ।

ଯଦି ଆପଣଙ୍କୁ ଭୋକରୁ ସ୍ବାଧୀନତା ଦରକାର ତେବେ କାମ କରିବାକୁ ପଡିବ । ଆପଣଙ୍କୁ ଜାତିପ୍ରଥାର ଭେଦଭାବରୁ ସ୍ବାଧୀନତା ଦରକାର ତେବେ କାମ କରିବାକୁ ପଡିବ । ଆପଣ ଘର ବସି ସ୍ବାଧୀନତାର ଦାବି କରିପାରିବେ ନାହିଁ । 1947ରୁ ନେଇ 2020 ପର୍ଯ୍ୟନ୍ତ ଦେଶ ଯେଉଁଠି ଆସି ପହଞ୍ଚିଛି, ଏଥିପାଇଁ ଲୋକେ କଡା ପରିଶ୍ରମ କରିଛନ୍ତି କରିଛନ୍ତି । ଗୋଟିଏ ସଂସ୍ଥାନରେ ବସି ରହିଲେ କୌଣସି କାମ ହେବ ନାହିଁ ବୋଲି କହିଛନ୍ତି ଅନୁପମ । ଆପଣ ମଧ୍ୟ ଦେଖନ୍ତୁ ଅନୁପମଙ୍କ ଏହି ଭିଡିଓ...

ଭିଡିଓ ସୌଜନ୍ୟ: ଟ୍ବିଟର@ଅନୁପମ ଖେର

ବର୍ତ୍ତମାନ ସୋସିଆଲ ମିଡିଆରେ ଅନୁପମଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ମଧ୍ୟ ନିଜ ନିଜ ପ୍ରତିକ୍ରିୟା ଭିଡିଓରେ ଦେବା ଆରମ୍ଭ କରିଦେଇଛନ୍ତି । ଦୁଇଦିନ ପୂର୍ବରୁ ମଧ୍ୟ ସେ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ସିଏଏ ଓ ଏନଆରସି ବିଷୟରେ ବୁଝାଇବାକୁ ଚେଷ୍ଟା କରିଥିଲେ ।

Last Updated : Feb 7, 2020, 4:13 AM IST

ABOUT THE AUTHOR

...view details