ମୁମ୍ବାଇ: ବଲିଉଡର ଭେଟେରାଇନ ଅଭିନେତା ଅନୁପମ ଖେରଙ୍କ ମାଆ ଗତ କିଛି ଦିନ ହେବ କରୋନା ସହ ଲଢୁଥିଲେ । ଅନୁପମ ଏକ ଟୁଇଟ୍ ମାଧ୍ୟମରେ କହିଛନ୍ତି ଯେ, ତାଙ୍କ ମାଆ ପୂର୍ବ ଅପେକ୍ଷା ବର୍ତ୍ତମାନ ଭଲ ଅଛନ୍ତି ।
ଏଥି ସହିତ ସେ କହିଛନ୍ତି, ମୋ ଭାଇ ରାଜୁ ସହିତ ପରିବାରର ଅନ୍ୟ ଦୁଇ ସଦସ୍ୟ ଯେଉଁମାନେ କରୋନା ପଜିଟିଭ୍ ଥିଲେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ମଧ୍ୟ ଉନ୍ନତି ଆସିଛି ।
ଅନୁପମ ଇନଷ୍ଟାଗ୍ରାମରେ ତାଙ୍କ ମାଆଙ୍କ ଏକ ଫଟୋ ସେୟାର କରି କହିଛନ୍ତି ଯେ, ଭଗବାନଙ୍କ ଦୟାରୁ ମାଆ ପୂର୍ବ ଅପେକ୍ଷା ବହୁତ ଭଲ ଅଛନ୍ତି ଏବଂ ରାଜୁ, ରିମା ଏବଂ ବୃନ୍ଦା ମଧ୍ୟ ସୁସ୍ଥ ଅଛନ୍ତି ।
ଟ୍ୱିଟରରେ ଅନୁପମ ଏହି ସୂଚନା ସେୟାର କରି ଲେଖିଛନ୍ତି, ମାଆ ପୂର୍ବ ଅପେକ୍ଷା ଭଲ ଅଛନ୍ତି । ଜୟ ଶ୍ରୀ ରାମ ।