ନୂଆଦିଲ୍ଲୀ: ବଲିଉଡର 'ଏଭର ୟଙ୍ଗ' ଭାବେ ଜଣାଶୁଣା ଅନିଲ କପୁର ପୁଣି ବୟସ କେବଳ ଗୋଟିଏ ସଂଖ୍ୟା ଉକ୍ତିକୁ ପୁଣି ପ୍ରମାଣ କରିଛନ୍ତି । ସେ ନିଜ ସୋସିଆଲ ମିଡିଆରେ କ୍ରମାଗତ ଭାବେ ନିଜ ଜୀବନ ସମ୍ପର୍କରେ ଫ୍ୟାନ୍ସଙ୍କୁ ଅପଡେଟ ଦେଇ ଆସୁଥିବା ବେଳେ ଏବେ ଏକ ଫଟୋସୁଟର ଫଟୋଗୁଡିକୁ ପୋଷ୍ଟ କରି ପୁଣି ନିଜ ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି ।
70 ଦଶକରେ ଆଗଧାଡ଼ିର ଅଭିନେତା ଅନିଲ 4 ପିଢି ପରେ ମଧ୍ୟ ନିଜର ଲୋକପ୍ରିୟତା ବଜାୟ ରଖିଛନ୍ତି । ସେ ନିଜ ଫିଟନେସ ଉପରେ ଗୁରୁତ୍ବ ଦେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଅନିଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି , " ଖୁସି ରହିବାର ଏକମାତ୍ର ଉପାୟ ହେଉଛି ନିଜେ ଯେମିତି ସେପରି ରହିବା ।"
ଅନିଲ 64 ବର୍ଷ ବୟସରେ ମଧ୍ୟ ନିଜର ସ୍ବାଗ୍ ଓ ଚାର୍ମିଙ୍ଗ ଲୁକ ବଜାୟ ରଖିଛନ୍ତି । ଯାହାକି ଇଣ୍ଡଷ୍ଟ୍ରିରେ ଯୁବପିଢି ଆକ୍ଟରଙ୍କ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି । ଫିଟନେସ୍ ପ୍ରତି ଥିବା ଭଲପାଇବା ଏବଂ ନିୟମିତ ବ୍ୟାୟାମ ତାଙ୍କୁ କିପରି ଖୁସି ରଖିଥାଏ ସେ ସମ୍ପର୍କରେ ସବୁବେଳେ ଅନିଲ ନିଜ ଅନୁଭୂତିକୁ ଫ୍ୟାନ୍ସଙ୍କ ସହିତ ସେୟାର କରିଥାନ୍ତି । ଅନିଲଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅନେକ ପ୍ରେରଣାଦାୟକ ପୋଷ୍ଟ ଅଛି ଯାହା ତାଙ୍କର ବ୍ୟାୟାମ ରୁଟିନକୁ ଦର୍ଶାଇଥାଏ ।