ଓଡିଶା

odisha

ETV Bharat / sitara

ନିଜର ଇଚ୍ଛା ପ୍ରକାଶ କଲେ ଅନିଲ, ଜାଣନ୍ତୁ କଣ

କିଛି ଦିନ ପୂର୍ବକୁ ରିଲିଜ ହୋଇଯାଇଛି ବହୁ ଚର୍ଚ୍ଚିତ କମେଡି ଫିଲ୍ମ ଟୋଟାଲ ଧମାଲ । ଫିଲ୍ମ ଜରିଆରେ ସମସ୍ତଙ୍କୁ ହସାଇ ହସାଇ ବେହାଲ କରିଥିବା ଅନିଲ କପୁର ଇତିମଧ୍ୟରେ ନିଜର ଏକ ଖାସ୍ ଇଚ୍ଛା ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି ।

By

Published : Feb 25, 2019, 3:31 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ମୁମ୍ବାଇ: ବର୍ତ୍ତମାନ ବଲିଉଡରେ ବାୟୋପିକର ସମୟ ଚାଲିଛି । ପ୍ରାୟତଃ ଅନେକ ବ୍ୟକ୍ତିତ୍ବଙ୍କ ବାୟୋପିକର ମଜା ଉଠାଇ ସାରିଲେଣି ଦର୍ଶକ । ଏହିକ୍ରମରେ କ୍ରିକେଟର ଲୋକପ୍ରିୟ ଖେଳାଳି କପିଲ ଦେବଙ୍କ ବାୟୋପିକ ଆସିବାକୁ ଯାଉଛି । କପିଲଙ୍କ ଚରିତ୍ରରେ ନଜର ଆସିବେ ରଣଭୀର ସିଂହ । ଇତିମଧ୍ୟରେ ଅଭିନେତା ଅନିଲ କପୁର ଭାରତୀୟ କ୍ରିକେଟର ଅଲରାଉଣ୍ଡର ସଚିନ ତେନ୍ଦୁଲକରଙ୍କ ବାୟୋପିକରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଏକ ସାକ୍ଷାତକାରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ କେଉଁ ଖେଳାଳିଙ୍କ ବାୟୋପିକରେ କାମ କରିବାକୁ ପସନ୍ଦ କରିବେ ? ଜବାବରେ ଅନିଲ, ସଚିନଙ୍କ ନାମ ନେଇଥିଲେ । କାରଣ ସେ ସଚିନଙ୍କ ବଡ ପ୍ରଶଂସକ ।

ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା କମେଡି ଫିଲ୍ମ 'ଟୋଟାଲ ଧମାଲ'ରେ ଧକ୍ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କ ସହ ଅଭିନୟ କରୁଥିବାର ନଜର ଆସିଥିଲେ । ଏହା ସଫଳ ସିରିଜ 'ଧାମଲ'ର ତୃତୀୟ ସିକ୍ବେଲ ଫିଲ୍ମ । ଅଭିନେତା ଅର୍ଶଦ ୱାରସୀ, ଜାଭେଦ ଜାଫରୀ, ରିତେଶ ଦେଶମୁଖ, ଅଜୟ ଦେବଗନ ଓ ସଞ୍ଜୟ ଦତ୍ତ ଭଳି କଳାକାର ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ମାଧୁରୀଙ୍କ ସହ କାମ କରି ଖୁବ୍ ଖୁସ ଅଛନ୍ତି ଅନିଲ ବୋଲି ସାକ୍ଷାତକାରରେ କହିଥିଲେ ।

ABOUT THE AUTHOR

...view details