ନୂଆଦିଲ୍ଲୀ: ଲକଡାଉନ ସମୟରେ ବଲିଉଡର ଅଭିନେତା ଅନୀଲ କପୁର ପରିବାରଙ୍କ ସହିତ ଘରେ ଅଛନ୍ତି ।
ଏହି ସମୟରେ ଅନୀଲ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସର୍ବଦା ନିଜର ଫଟୋ, ୱାର୍କଆଉଟ ଭିଡିଓ ପ୍ରାୟତଃ ସେୟାର କରିଥାନ୍ତି ।
ମଙ୍ଗଳବାର ଅନୀଲ ନିଜର ଏକ ଓ୍ବାର୍କଆଉଟ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।
ଭିଡିଓରେ ଅନିଲ ମାଇକେଲ ଜ୍ୟାକସନଙ୍କ “ବିଟ୍ ଇଟ୍” ର ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ସହିତ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି ।
ଭିଡିଓ ପୋଷ୍ଟର କ୍ୟାପସନରେ ଅନୀଲ ଲେଖିଛନ୍ତି, “ନେଭର ସ୍କିପ ଲେଗ୍ ଡେ ” #ଟିଉସଡେଓ୍ବାର୍କଆଉଟ ।
ଅନିଲଙ୍କୁ ଶେଷ ଥର ପାଇଁ ମୋହିତ ସୁରିଙ୍କ ଫିଲ୍ମ ‘ମଲାଙ୍ଗ’ରେ ଦେଖିବାକୁ ମିଳିଥିଲା ।
ଆଗାମୀ ସମୟରେ ଅନୀଲ କିଆରା ଆଡଭାନୀ, ବରୁଣ ଧୱନ ଏବଂ ନୀତୁ କପୁରଙ୍କ ସହ ଏକ ରୋମାଣ୍ଟିକ-କମେଡି ଫିଲ୍ମରେ ନଜର ଆସିବେ।