ହାଇଦ୍ରାବାଦ: ଅଭିନେତା ଚଙ୍କି ପାଣ୍ଡେଙ୍କ ମା ଏବଂ ଅନନ୍ୟା ପାଣ୍ଡେଙ୍କ ଜେଜେମା ସ୍ନେହଲତା ପାଣ୍ଡେଙ୍କ ମୁମ୍ବାଇରେ ଶନିବାର ଦେହାନ୍ତ ହୋଇଛି । ଅଭିନେତା ତାଙ୍କ ପତ୍ନୀ ଭବାନା ଏବଂ ଝିଅ ରିସାଙ୍କ ସହ ତାଙ୍କ ମାଆଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଜେଜେମା'ଙ୍କୁ ଅନ୍ତିମ ବିଦାୟ ଦେବା ସମୟରେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ।
ଅନନ୍ୟା ତାଙ୍କ ଜେଜେମା’ଙ୍କ ଅତି ନିକଟତର ଥିଲେ । ସେ ଏକ କାମ ପାଇଁ ପୂର୍ବରୁ ଠିକ୍ ସମୟରେ ପହଞ୍ଚି ପାରିନଥିଲେ । କିନ୍ତୁ ପରେ ସେ ଅନ୍ତିମ ସଂସ୍କାର ସମୟରେ ନିଜ ପରିବାର ସହିତ ସାମିଲ ହୋଇଥିଲେ । ଏହି ସମୟରେ ଅନନ୍ୟା ଓ ଭଉଣୀ ରିୟା ଦୁଃଖରେ ଭାଙ୍ଗିପଡୁଥିବା ଦେଖିବାକୁ ମିଳିଥିଲା । ତେବେ ସ୍ନେହଲତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ 85 ବର୍ଷ ବୟସ ହୋଇଥିଲା ।