ଓଡିଶା

odisha

ETV Bharat / sitara

'ଇସ୍କ ବିସ୍କ' ସିକ୍ବେଲରେ ସାରା - sequel

ଏଥର ଈଶାନଙ୍କ ସହ ଜାହ୍ନବୀ ନୁହେଁ ସାରା ପରଦାରେ ନଜର ଆସିବେ । ଖୁବଶୀଘ୍ର ତିଆରି ହେବାକୁ ଯାଉଛି ଶାହିଦଙ୍କ ଡେବ୍ୟୁ ଫିଲ୍ମ 'ଇସ୍କ ବିସ୍କ'ର ସିକ୍ବେଲ । ଫିଲ୍ମକୁ ନେଇ ଶୁଣିବାକୁ ମିଳୁଛି ଶାହିଦଙ୍କ ସ୍ଥାନରେ ନଜର ଆସିପାରନ୍ତି ଈଶାନ ।

ଡିଜାଇନ ଫଟୋ

By

Published : Jul 16, 2019, 2:30 PM IST

ମୁମ୍ବାଇ: 2003ରେ ଆସିଥିବା ଶାହିଦ କପୁରଙ୍କ ଡେବ୍ୟୁ ଫିଲ୍ମ 'ଇସ୍କ ବିସ୍କ'କୁ ନେଇ କିଛି ଦିନ ହେବ ଖବର ଜୋର ଧରିଛି ଯେ ଏହି ଫିଲ୍ମର ସିକ୍ବେଲ ତିଆରି ହେବ । ଆଉ ଏହି ସିକ୍ବେଲ ଫିଲ୍ମରେ ଶାହିଦଙ୍କ ଭାଇ ତଥା ଅଭିନେତା ଈଶାନ ଖଟ୍ଟର ନଜର ଆସିପାରନ୍ତି । ଏହାସହ ଫିଲ୍ମରେ ସାଧାରଣ କଲେଜ ଯାଉଥିବା ଝିଅ ପାୟଲ ମେହରା ରୂପେ ଅନେକ ଦର୍ଶକଙ୍କ ମନ କିଣିଥିବା ଅଭିନେତ୍ରୀ ଅମୃତା ରାଓ ଫିଲ୍ମ ସିକ୍ବେଲକୁ ନେଇ ନିଜ ଇଚ୍ଛା ଜାହିର କରିଛନ୍ତି ।

ସେ ଚାହୁଁଛନ୍ତି ଯେ ଏହି ଫିଲ୍ମରେ ତାଙ୍କ ଭୂମିକାରେ ନବାଗତ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନଜର ଆସନ୍ତୁ । ନିକଟରେ ତାଙ୍କୁ ଏକ ସାକ୍ଷାତକାରେ 'ଇସ୍କ ବିସ୍କ' ସିକ୍ବେଲ ଫିଲ୍ମକୁ ନେଇ ପ୍ରଶ୍ନ କରାଯିବାରୁ ସେ ନିଜ ଇଚ୍ଛା ପ୍ରକାଶ କରିଥିଲେ ।

ସେ କହିଥିଲେ କି ବର୍ତ୍ତମାନ ସେ ଯେମିତି ଦେଖାଯାଉଛନ୍ତି ସେ ଶାହିଦଙ୍କ ଭାଇ ଈଶାନଙ୍କ ସହ ଅପୋଜିଟ କାମ କରିପାରିବେ ନାହିଁ । ଆଉ ତାଙ୍କୁ ଯେତେବେଳେ ଫିଲ୍ମରେ ଦ୍ବତୀୟ ପାୟଲ କିଏ ହେବା ପ୍ରଶ୍ନରେ ସାରା, ଜାହ୍ନବୀ କପୁର, ଅନନ୍ୟା ପାଣ୍ଡେ ଓ ତାରା ସୁତାରିୟାଙ୍କ ନାମ ମଧ୍ୟରୁ ଗୋଟିଏ ଚୟନ କରିବାର ଥିଲା । ସେ ସଙ୍ଗେ ସଙ୍ଗେ ସାରାଙ୍କ ନାମ ନେଇଥିଲେ ।

ଡିଜାଇନର ସୋନାଲୀ ଜୈନଙ୍କ ଷ୍ଟାର ଲଞ୍ଚ ଇଭେଣ୍ଟରେ ରବିବାର ଯୋଗ ଦେଇଥିଲେ ଅମୃତା । ସେହିଠାରେ ସେ 'ଇସ୍କ ବିସ୍କ' ଫିଲ୍ମରେ ସାରାଙ୍କୁ ପାୟଲ ଭୂମିକାରେ ଓ ତାରାଙ୍କୁ ସୈନାଜଙ୍କ ଭୂମିକାରେ ସାମିଲ କରାଗଲେ ଭଲ ହେବ ବୋଲି କହିଥିଲେ ।

ABOUT THE AUTHOR

...view details