ହାଇଦ୍ରାବାଦ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାମରେ ଝରଣା । ସିକ୍କିମରେ ଏକ ଝରଣାର ନାମ ରହିଛି ଅମିତାଭ ବଚ୍ଚନ ଝରଣା । ଯାହା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି ନିଜେ ବିଗ-ବି । ନିଜ ନାମରେ ଝରଣା ଥିବା ଶୁଣି ସେ ବିଶ୍ବାସ କରିପାରିନାହାଁନ୍ତି ।
ବିଗ-ବିଙ୍କ ନାମରେ ଝରଣା, ଟ୍ବିଟ କଲେ ଫ୍ୟାନ - ଟ୍ବିଟ କଲେ ଫ୍ୟାନ
ସିକ୍କିମର ଏକ ସ୍ଥାନରେ ବିଗ୍-ବିଙ୍କ ନାମରେ ଝରଣା । ଝରଣା ବିଷୟରେ ଜାଣି ଆଶ୍ଟର୍ଯ୍ୟ ହୋଇଛନ୍ତି ଅମିତାଭ ।
ଫଟୋ ସୌଜନ୍ୟ: ଟ୍ବିଟର/@SrBachchan
ନିକଟରେ ଜଣେ ଫ୍ୟାନ ଝରଣା ପାଖରେ ଠିଆ ହୋଇ ସେଲ୍ଫି ନେଇ ଅମିତାଭଙ୍କୁ ଟ୍ୟାଗ କରିଥିଲେ । ଏହାପରେ ଅମିତାଭ ଏହାକୁ ରି-ଟ୍ବିଟ କରିଥିଲେ । ପ୍ରକାଶଥାଉକି, ଝରଣାର ଉଚ୍ଚତା ଅଧିକା ଥିବାରୁ ଏପରି ନାମକରଣ କରାଯାଇଛି । ଏହା ମଧ୍ୟ ଭିମ ନାଳ ଝରଣା ନାମରେ ମଧ୍ୟ ପରିଚିତ ।