ଓଡିଶା

odisha

'ସୈରାଟ' ଷ୍ଟାରଙ୍କ ସହ ଫୁଟବଲ ଖେଳିବେ ଶେହନ୍ସା

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ବିଭିନ୍ନ ଫିଲ୍ମକୁ ନେଇ ବ୍ୟସ୍ତ । ନିକଟରେ ବିଗ-ବିଙ୍କ ଆଗାମୀ ଫିଲ୍ମ ବଦଲାର ଟ୍ରେଲର ରିଲିଜ ହୋଇ ଦର୍ଶକଙ୍କ ଦ୍ବାରା ବେଶ ପସନ୍ଦ କରାଯାଉଥିବାବେଳେ ଏବେ ସେ ଆଉ ଏକ ଫିଲ୍ମ 'ଝୁଣ୍ଡ'ର ସୁଟିଂ ସାରିଛନ୍ତି । ଫିଲ୍ମରେ ଅମିତାଭ ଜଣେ ଫୁଟବଲ କୋଚ ଭାବରେ ନଜର ଆସୁଥିବାବେଳେ ଏବେ ଫିଲ୍ମର ରିଲିଜ ଡେଟ ବି ଆଜି ଘୋଷଣା ହୋଇଯାଇଛି ।

By

Published : Feb 19, 2019, 5:46 PM IST

Published : Feb 19, 2019, 5:46 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ


ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ବିଭିନ୍ନ ଫିଲ୍ମକୁ ନେଇ ବ୍ୟସ୍ତ । ନିକଟରେ ବିଗ-ବିଙ୍କ ଆଗାମୀ ଫିଲ୍ମ ବଦଲାର ଟ୍ରେଲର ରିଲିଜ ହୋଇ ଦର୍ଶକଙ୍କ ଦ୍ବାରା ବେଶ ପସନ୍ଦ କରାଯାଉଥିବାବେଳେ ଏବେ ସେ ଆଉ ଏକ ଫିଲ୍ମ 'ଝୁଣ୍ଡ'ର ସୁଟିଂ ସାରିଛନ୍ତି । ଫିଲ୍ମରେ ଅମିତାଭ ଜଣେ ଫୁଟବଲ କୋଚ ଭାବରେ ନଜର ଆସୁଥିବାବେଳେ ଏବେ ଫିଲ୍ମର ରିଲିଜ ଡେଟ ବି ଆଜି ଘୋଷଣା ହୋଇଯାଇଛି ।

ପ୍ରକାଶ ଥାଉକି, ଫିଲ୍ମର ସୁଟିଂ ନାଗପୁରରେ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ପ୍ରଖ୍ୟାତ ମରାଠୀ ଫିଲ୍ମନିର୍ମାତା ନାଗରାଜ ମଞ୍ଜୁଳା ଦେଇଛନ୍ତି । ଫିଲ୍ମ 'ସୈରାଟ'ର ନିର୍ଦ୍ଦେଶକ ମଧ୍ୟ ନାଗରାଜ । ଫିଲ୍ମଟି ସେପ୍ଟେମ୍ବର 20ତାରିଖରେ ରିଲିଜ ହେବ । ଫିଲ୍ମରେ ଅମିତାଭଙ୍କ ସହ 'ସୈରାଟ'ର ସୁପରହିଟ ଯୋଡି ରିଙ୍କୁ ଓ ଆକାଶ ମଧ୍ୟ ନଜର ଆସିବେ । ଫିଲ୍ମଟି ଭୁଷଣ କୁମାର, କ୍ରିଷ୍ଣା କୁମାର ଆଦିଙ୍କ ଦ୍ବାରା ପ୍ରଯୋଜିତ ।

ତେବେ ଅମିତାଭ ଚଳିତବର୍ଷ ଅନେକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ସେଗୁଡିକ ମଧ୍ୟରେ ବଦଲା, ବ୍ରହ୍ମାସ୍ତ୍ର ଅନ୍ୟତମ । ଫିଲ୍ମ ଝୁଣ୍ଡର ସୁଟିଂ ସାରିବା ପରେ ବିଗ-ବି ଏବେ ରଣବୀର ଓ ଆଲିୟାଙ୍କ ସହ ମୁମ୍ବାଇରେ ସୁଟିଂ କରିବାରେ ବ୍ୟସ୍ତ । ନିକଟରେ ବିଗ-ବି ଫିଲ୍ମ ଇଣ୍ଡଷ୍ଟ୍ରିରେ 50ବର୍ଷ ପୁରା କରିଛନ୍ତି ସିନା ହେଲେ ଆଜି ବି ତାଙ୍କ ଇଚ୍ଛାଶକ୍ତି କୌଣସି ଯୁବକଙ୍କଠାରୁ କମ ନୁହେଁ ।

For All Latest Updates

ABOUT THE AUTHOR

...view details