ମୁମ୍ବାଇ: କୋରନା ସଂକ୍ରମିତ ହେବା ପରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ନାନବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି । ସେ ହସ୍ପିଟାଲରେ ଭର୍ତ୍ତି ହେବା ଦିନଠୁ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ନିଜ ହେଲ୍ଥ ଅପଡେଟ ଦେବା ସହ ଅନେକ ଜିନିଷ ସେୟାର କରୁଥିବାର ନଜର ଆସୁଛନ୍ତି। ସେହିପରି ସେ ରବିବାର ଆଉ ଏକ ପୋଷ୍ଟ କରି ସମସ୍ତଙ୍କୁ ଜଣାଇଥିଲେ ଯେ ପିତା ତଥା ଫେମସ କବି ହରିବଂଶ ରାୟ ବଚ୍ଚନକୁ ସେ ଖୁବ୍ ମିସ୍ କରୁଛନ୍ତି।
ସେ ଟ୍ବିଟରେ ଏକ ଭିଡିଓ ସେୟାର କରି ଲେଖିଥିଲେ, ‘ବାବୁଜିଙ୍କ କବିତାର କିଛି ମୂହୁର୍ତ୍ତ । ସେ ଏହିପରି ଗାଉଥିଲେ କବି ସମ୍ମିଳନୀରେ । ହସ୍ପିଟାଲର ଏକୁଟିଆରେ ତାଙ୍କ କଥା ବହୁତ ମନେ ପଡୁଛି । ଆଉ ତାଙ୍କ ଶାନଦାର ଶବ୍ଦରେ ମୁଁ ମୋ ଏକୁଟିଆ ରାତିକୁ ପୂରଣ କରୁଛି।’