ଓଡିଶା

odisha

ETV Bharat / sitara

କେଳା-ସାପର କାହାଣୀ ଶୁଣାଇଲେ ବିଗ ବି - କୋରୋନା ସଂକ୍ରମିତ ଅମିତାଭ ବଚ୍ଚନ

ପୁଣି ନିଜ ବ୍ଲଙ୍କକୁ ନେଇ ଚର୍ଚ୍ଚାରେ ଅମିତାଭ । ଏଥର ସେ ଶାନଦାର କାହାଣୀ ଲେଖି ଟ୍ରୋଲର୍ସଙ୍କୁ ଶିକ୍ଷା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Jul 29, 2020, 10:01 PM IST

ମୁମ୍ବାଇ: କୋରୋନା ସଂକ୍ରମିତ ଅମିତାଭ ବଚ୍ଚନ ବର୍ତ୍ତମାନ ନାନବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ହସ୍ପିଟାଲରେ ରହି ମଧ୍ୟ ସେ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସହ ସବୁବେଳେ କନେକ୍ଟ ରହୁଛନ୍ତି । ପ୍ରେରଣାଦାୟକ କବିତା ସେୟାର କରି ସେ ଫ୍ୟାନ୍ସଙ୍କୁ ପ୍ରେରଣା ଯୋଗାଉଛନ୍ତି । ହେଲେ ଇତିମଧ୍ୟରେ ସେ ଟ୍ରୋଲର୍ସଙ୍କୁ ଶାନଦାର ଅନ୍ଦାଜରେ ଜ୍ଞାନ ବାଣ୍ଟିଛନ୍ତି ।

ସେ ନିଜ ବ୍ଲଗରେ ଟ୍ରୋଲର୍ସଙ୍କୁ ଟାର୍ଗେଟ କରି ଲେଖିଛନ୍ତି, ଏହାକୁ ମାରିବା ନିଶ୍ଚିତ । ତୁମକୁ ସେହି ସାପ କାହାଣୀ ତ ମନେ ଥିବ । ଜଣେ କେଳାର ପୋଷା ସାପ ମାଲିକର ସୁରକ୍ଷା ପାଇଁ ପାଖରେ ବସିଥିଲା । ଆଉ ଯିଏ ମଧ୍ୟ ସେହି ସ୍ଥାନ ଦେଇକି ଯାଉଥିଲା ସେମାନଙ୍କୁ କାମୁଡୁ ଥିଲା । ଅନ୍ୟ ଲୋକ ଅଭିଯୋଗ ଆଣି କହିଥିଲେ ଏହା ବହୁତ ବିପଦପୂର୍ଣ୍ଣ ମାମଲା । କେଳାକୁ ସେଠାରୁ ହଟାଇବାକୁ ପଡିବ । ଯେତେବେଳେ କେଳା ଏହି କଥା ଶୁଣିଲା ତେବେ ତାଙ୍କୁ ଅନୁଭବ ହୋଇଥିଲା ଯଦି ତାକୁ ସେହି ସ୍ଥାନରୁ ହଟାଇଦିଆଯିବ ତାହାଲେ ତା ବ୍ୟବସାୟ ବନ୍ଦ ହୋଇଯିବ । ସେ ସାପକୁ ଡାକି କହିଲା ଚୁପଚାପ ବସିବୁ କାହାରିକୁ କାମୁଡିବୁ ନାହିଁ । ନହେଲେ ଆମକୁ ଏଠାରୁ ତଡିଦଆଯିବ । ଯାହାପରେ ସାପ ଚୁପଚାପ ବସିଥିଲା । ଲୋକେ ଏହା ଦେଖି ତାକୁ ବାଡିରେ ପିଟିବା ଆରମ୍ଭ କରିଦେଇଥିଲେ । ସେ ଜୀବନ ବଞ୍ଚାଇ କେଳା ପାଖକୁ ଗଲା । ତା ଅବସ୍ଥା ଦେଖି କେଳା ପଚାରିଲା କାହିଁକି ସେମାନେ ତୋର ଏପରି ଅବସ୍ଥା କଲେ । ଏହାର ଉତ୍ତରରେ ସାପ କହିଥିଲା ଆପଣ କହିଥିଲେ କାହାରିକୁ କାମୁଡିବୁ ନାହିଁ । ଆପଣଙ୍କ କଥା ମାନି ମୁଁ କାହାରିକୁ କାମୁଡିଲି ନାହିଁ । ଏହା ସତ୍ତ୍ବେ ସମସ୍ତେ ମତେ ପିଟିଲେ । ଏହାଶୁଣି ମାଲିକ ହସି ହସି କହିଲା ମୁଁ କହିଥିଲି କାହାରିକୁ କାମୁଡିବୁ ନାହିଁ । ହେଲେ ଡରାଇବାକୁ ତ ମନା କରିନଥିଲି ।

ପ୍ରକାଶ ଥାଉକି ଖାଲି ଏତିକି ନୁହେଁ ଅମିତାଭ ବ୍ଲଗ ଶେଷରେ ଲେଖିଛନ୍ତି ‘ବୁଝିବା ଲୋକ ବୁଝିସାରିବେଣି ।’

ABOUT THE AUTHOR

...view details