ଓଡିଶା

odisha

ETV Bharat / sitara

ମୁମ୍ବାଇ ବର୍ଷାର ମଜାକ ଉଡାଇଲେ ବିଗ-ବି

ଏଥର ସୋସିଆଲ ମିଡିଆରେ ମୁମ୍ବାଇ ବର୍ଷାକୁ ନେଇ ଦେଖିବାକୁ ମିଳୁଛି ଅମିତାଭଙ୍କ ମଜାଦାର ଟ୍ବିଟ । ଟ୍ବିଟରେ ସେ ବାର୍ଷାର ମିମି କରି ଫ୍ୟାନ୍ସଙ୍କୁ ଖୁସି କରିଛନ୍ତି ।

By

Published : Jul 3, 2019, 10:22 AM IST

ଡିଜାଇନ ଫଟୋ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ସବୁବେଳେ ସୋସିଆଲ ମିଡିଆରେ କିଛି ନା କିଛି ସେୟାର କରିଥାନ୍ତି । ତେବେ ସବୁ ପ୍ରସଙ୍ଗ ଉପରେ ନିଜ ପକ୍ଷ ରଖୁଥିବା ଅମିତାଭ ଏବେ ମୁମ୍ବାଇ ବର୍ଷାକୁ ନେଇ ଏମିତି କିଛି ସେୟାର କରିଛନ୍ତି । ଯାହା ଦେଖି ତାଙ୍କ ଫ୍ୟାନ୍ସ ହସିବାରେ ଲାଗିଛନ୍ତି ।

ଆଜ୍ଞା ହଁ, ସେ ଏଥର ଟ୍ବିଟରରେ ମୁମ୍ବାଇ ବର୍ଷାର ମଜାକ ଉଡାଇ ମିମି ସେୟାର କରିଛନ୍ତି । ସେ ଯେଉଁ ମିମି ତିଆରି କରିଛନ୍ତି ସେଥିରେ ଲୋକପ୍ରିୟ ଗୀତ 'ଦୋ ଲଫଜୋ କି ହେ ଦିଲ କି କହାନୀ'ର ସ୍ନାପସଟ ଦେଖିବାକୁ ମିଳୁଛି । ଏହା ଅମିତାଭଙ୍କ ଫିଲ୍ମ 'ଦ ଗ୍ରେଟ ଗ୍ୟାମ୍ବଲର' ଫିଲ୍ମର ଗୀତ । ଗୀତରେ ତାଙ୍କ ସହ ଜୀନତ ଅମାନ ଇଟାଲୀରେ ନୌକାରେ ବସି ରୋମାଣ୍ଟକ ଅନ୍ଦାଜରେ ଗୀତ ଗାଉଥିବାର ନଜର ଆସିଥିଲେ ।

ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ସେ ଏହି ମିମି ତିଆରି କରିବାର କାରଣ ହେଲା କି ଏବେ ପୁରା ମୁମ୍ବାଇବାସୀ ବର୍ଷା ପାଇଁ ବେହାଲ ଅଛନ୍ତି । ସୁବ ସ୍ଥାନର ଯାତାୟତ ଠପ ହୋଇଯାଇଛି । ଚାରିଆଡେ କାନ୍ଥ ଭୁଶୁଡି ଅନେକ ଲୋକଙ୍କ ଜୀବନ ଗଲାଣି । ସେ ମୁମ୍ବାଇର ରାସ୍ତା ବ୍ୟବସ୍ଥାକୁ ନେଇ ଏପରି ମଜାକ ଉଡାଇଛନ୍ତି ।

ସେ ଫଟୋଟିକୁ ସେୟାର କରି 'ଜଲସା ହୋତେ ହୁଏ' ଲେଖିବା ସହ 'ଭୈୟା ଗୋରେଗାୱଂ ଲେନା' ବୋଲି କମେଣ୍ଟରେ ଲେଖିଛନ୍ତି । ଜଲସା ଜୁହୁରେ ସ୍ଥିତ ତାଙ୍କ ଘରର ନାମ ।

ABOUT THE AUTHOR

...view details