ମୁମ୍ବାଇ: ଆଜି(ସୋମବାର) ବଲିଉଡ଼ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବର୍ଥ ଡେ' । ବିଗ ବି ଆଜି ୮୦ ବର୍ଷରେ ପାଦ ଥାପିଛନ୍ତି । ଏହି ଜନ୍ମଦିବସ ଅବସରରେ ବିଗ ବି ଏକ କୁଲ ଓ ଷ୍ଟାଇଲିସ ଲୁକରେ ନଜର ଆସିଛନ୍ତି । ଯାହାକି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବା ସହିତ ଫ୍ୟାନ୍ସ ଏହାକୁ ବହୁତ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।
ଏହି ଫଟୋକୁ ବିଗ ବି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏଥିରେ ଅମିତାଭ ଏକ ଗ୍ରୀନ ସୁଜ୍ ପିନ୍ଧିଥିବା ବେଳେ ଷ୍ଟାଇଲିସ ସ୍ଲିଙ୍ଗ ବ୍ୟାଗ ପକାଇଥିବା ଦେଖିବାକୁ ମିଳିଥିଲା । ଏହି ଫଟୋରେ କ୍ୟାପସନରେ ଅମିତାଭ ଲେଖିଥିଲେ ଯେ ସେ ନିଜ ଜୀବନର ୮୦ ବର୍ଷକୁ ଆଡ଼କୁ ଚାଲି ଚାଲି ପାଦ ଥାପୁଛନ୍ତି । ଅମିତାଭଙ୍କ ଏହି ଟ୍ରେଣ୍ଡି ଅବତାର ଦେଖି ଅନେକ ବଲିଉଡ଼ ସେଲିବ୍ରେଟି ଫଟୋରେ କମେଣ୍ଟ୍ସ ଦେଇଛନ୍ତି ।