ଓଡିଶା

odisha

ETV Bharat / sitara

ବିଗ-ବିଙ୍କ ପ୍ରଶଂସାରେ ଓସ୍କାର ବିଜେତା

ଅମିତାଭ ଏବେ 'ଚେହରା' ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟି ଶେଷ କରିଛନ୍ତି । ଏହି ସିଡ୍ୟୁଲରେ ସେ ଗୋଟେ ଟେକରେ 14 ମିନିଟର ସିନ ଦେଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି ।

By

Published : Jun 19, 2019, 5:56 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଅମିତାଭ ବଚ୍ଚନ

ବିଗ-ବିଙ୍କ ନୂଆ ରେକର୍ଡ ଦେଖି ନିକଟରେ ଓସ୍କାର ବିଜେତା ସାଉଣ୍ଡ ଆର୍ଟିଷ୍ଟ ରେସୁଲ ପୁକୁଟ୍ଟୀ ମହାନାୟକଙ୍କ ପ୍ରଶଂସା କରିଥିଲେ । ତେବେ ବିଗ-ବି ମଧ୍ୟ ବିନମ୍ରତା ସହ ତାଙ୍କୁ ପ୍ରତିକ୍ରିୟା ଦେଇଛନ୍ତି। ଅମିତାଭଙ୍କ ବିନମ୍ର ସ୍ବଭାବ ପାଇଁ ସବୁବେଳେ ଅନେକ ବ୍ୟକ୍ତି ତାଙ୍କର ପ୍ରଶଂସକ କରିଥାଆନ୍ତି । ସେ ମଧ୍ୟ ସୋସିଆଲ ମିଡିଆରେ ସମସ୍ତଙ୍କୁ ପ୍ରତିକ୍ରିୟା ଦେଉଥିବାର ନଜର ଆସିଥାଆନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ରେସୁଲ

ଅମିତାଭ ଟ୍ବିଟ କରି ଲେଖିଛନ୍ତି, "ରେସୁଲ ମୁଁ ଯେତିକିର ଅଧିକାରୀ ନୁହେଁ ତାଠାରୁ ଅଧିକ ଶ୍ରେୟ ଆପଣ ମତେ ଦେଇଛନ୍ତି ।" ତାଙ୍କର ଏହି ପୋଷ୍ଟ ରେସୁଲଙ୍କ ସେହି ଟ୍ବିଟ ପରେ ସାମ୍ନାକୁ ଆସିଛି । ଯେଉଁଥିରେ ଆଗାମୀ ପ୍ରୋଜେକ୍ଟ 'ଚେହରା'ରେ କାମ କରିବା ପାଇଁ ମହାନାୟକଙ୍କ ପ୍ରଶଂସା କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଅମିତାଭ ବଚ୍ଚନ

ଜଣାଇ ଦେଉଛୁ ଯେ ରେସୁଲ ଜୁନ 16ରେ ଏକ ପୋଷ୍ଟ କରି ଲେଖିଥିଲେ, "ଆଜି ଅମିତାଭ ବଚ୍ଚନ ଭାରତୀୟ ସିନେମାରେ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି । ଶେଷ ଦିନ, ଚେହରାର ପ୍ରଥମ ସିଡ୍ୟୁଲର ଶେଷ ସଟ । ସେ ଗୋଟେ ଟେକରେ 14 ମିନିଟର ସିନ ଦେଇଛନ୍ତି । ତାଙ୍କର ଏହି ଟ୍ୟାଲେଣ୍ଟରେ ସମସ୍ତେ ଖୁସି ହୋଇ ଜୋରଦାର ତାଳିମାରିଛନ୍ତି । ପ୍ରିୟ ସାର ଏହା ନିଶ୍ଚିତ ଯେ ଆପଣ ଦୁନିଆର ସର୍ବଶ୍ରେଷ୍ଠ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ।"

ପ୍ରକାଶ ଥାଉକି ଅମିତାଭଙ୍କ ଆଗାମୀ ଫିଲ୍ମ 'ଚେହରା'ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ରୁମି ଜାଫରୀ । ଫିଲ୍ମରେ ତାଙ୍କ ସହ ନଜର ଆସିବେ ଇମରାନ ହାସମୀ, କ୍ରିତ୍ତି ଖରବନ୍ଦା, ରିୟା ଚକ୍ରବର୍ତ୍ତୀ, ସିଦ୍ଧାର୍ଥ କପୁର, ରଘୁବିର ଯାଦବ ଓ ଅନ୍ନୁ କପୁର । ଫିଲ୍ମଟି ଆସନ୍ତା ବର୍ଷ ଫେବୃଆରୀ 21ରେ ରିଲିଜ କରାବାର ଆଶା କରିଛନ୍ତି ମେକର୍ସ ।

ABOUT THE AUTHOR

...view details