ମୁମ୍ବାଇ: ଆଜି 2020ର ଶେଷ ଦିନ । ଆଉ ସମସ୍ତ ସେଲିବ୍ରେଶନ ମୁଡରେ ଆସୁଛନ୍ତି ନଜର । ହେଲେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଅନୁଯାୟୀ ଏହା କେବଳ ଗୋଟିଏ ଦିନ, ଆଉ ଏକ ବର୍ଷ ଯାହାକୁ ନେଇ କୌଣସି ବଡ କଥା ନୁହେଁ । ସେଲିବ୍ରେଶନ ଅପେକ୍ଷା ସେ ନିଜ କାମ ଉପରେ ଅଧିକ ବିଶ୍ବାସ ରଖନ୍ତି । ଏଥିପାଇଁ ସେ ବର୍ତ୍ତମାନ ଷ୍ଟୁଡିଓରେ ପୁଅ, ଅଭିନେତା ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କ ସହ ନଜର ଆସୁଛନ୍ତି । କାରଣ ନୂଆ ବର୍ଷରେ ସେ କରିବେ ନୂଆ କାମ ।
ଆଜ୍ଞା ହଁ, ପୁରା ବଚ୍ଚନ ପରିବାରର ଏକ ମ୍ୟୁଜିକ ଆସିବାକୁ ଯାଉଛି । ଯାହାର ସୂଚନା ସେ ଟ୍ବିଟରରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଭାଇରାଲ ହେଉଥିବା ଫଟୋରେ ପୁରା ପରିବାର ନଜର ଆସୁଛନ୍ତି । ଆଉ ସମସ୍ତେ କାମରେ ବ୍ୟସ୍ତ ଥିବାର ଦେଖାଯାଉଛନ୍ତି ।