ଓଡିଶା

odisha

By

Published : Apr 19, 2020, 4:26 PM IST

ETV Bharat / sitara

ବିଗ ବିଙ୍କ ସହଯୋଗ, ଶ୍ରମିକଙ୍କ ପାଇଁ ଏକଜୁଟ କଲେ 15 କୋଟି

ଶ୍ରମିକ, ଦିନ ମଜୁରିଆଙ୍କ ପାଇଁ ଅମତାଭଙ୍କ ଭିନ୍ନ ପ୍ରୟାସ। ଧନ୍ୟବାଦ ଜଣାଇଲେ ଏଫଡବ୍ଲୁଆଇସିଇ ୱାର୍କର୍ସ।

amitabh bachchan
ଡିଜାଇନ ଫଟୋ

ମୁମ୍ବାଇ: କୋରୋନା ଭାଇରାସ ସଙ୍କଟ ସହ ଲଢିବା ପାଇଁ ପୁରା ଦେଶ ଏକଜୁଟ ହୋଇଛି। ପ୍ରାୟ ସମସ୍ତେ କିଛି ନା କିଛି ଯୋଗଦାନ କରିବାରେ ଲାଗିଛନ୍ତି। ଏହି କ୍ରମରେ ସାମିଲ ଅଛନ୍ତି ବଲିଉଡର ଅନେକ ସେଲିବ୍ରିଟି। ଏବେ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ବଡ ଘୋଷଣା କରିଛନ୍ତି।

ଫେଡରେଶନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆନ ସିନେ ଏମ୍ପଲୋଇଜର 5 ଲକ୍ଷ ୱାର୍କର୍ସଙ୍କ ତରଫରୁ ଅଲ ଇଣ୍ଡିଆ ଏମ୍ପଲୋଇଜ କନଫେଡେରଶନ, ଅମିତାଭ ବଚ୍ଚନ, କଲ୍ୟାଣ ଜ୍ବେଲର୍ସ ଓ ସୋନି ଏଣ୍ଟରଟେନମେଣ୍ଟକୁ ଧନ୍ୟବାଦ ଜଣାଯାଇଛି।

ପ୍ରକାଶ ଥାଉକି ଅମିତାଭ 1500 ଟଙ୍କାର 1 ଲକ୍ଷ ବିଗ ବଜାର କୁପନ ଦେଇଛନ୍ତି। ଯାହାର ସମୁଦାୟ ମୂଲ୍ୟ 15 କୋଟି ଟଙ୍କା। ଏହି ପ୍ରସଙ୍କରେ ଏଫଡବ୍ଲୁଆଇସିଇ ତରଫରୁ କୁହାଯାଇଛି ଯେ କୋଭିଡ 19 ମହାମାରୀରେ ମିଡିଆ ଓ ଇଣ୍ଟରନେଟମେଣ୍ଟ ଇଣ୍ଡଷ୍ଟ୍ରିର ଦାନ ପାଇଁ ଅନେକ ଅନେକ ଧନ୍ୟବାଦ।

ସେହିପରି ଏଆଇଏଫଇସି ଜେନରାଲ ସେକ୍ରେଟାରି ଉନ୍ନୀକୃଷ୍ଣନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯିଏ ମହାରାଷ୍ଟ୍ରରେ କାମ କରୁଥିବା ଦିନ ମୁଜରିଆକୁ 5 କୋଟି 25 ଲକ୍ଷ ଟଙ୍କାର ବିଦ ବଜାର କୁପନ ଦେଇଛନ୍ତି ।

ABOUT THE AUTHOR

...view details