ଓଡିଶା

odisha

ETV Bharat / sitara

ଗିରଫ ହେବେନି ସୋନାକ୍ଷୀ, ଜାଣନ୍ତୁ କାହିଁକି

କିଛି ଦିନ ହେବ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ଉପରେ ଅଭିଯୋଗ ଲାଗିଥିବା ଖବର ଜୋରଧରିଛି । ଇତିମଧ୍ୟରେ ତାଙ୍କ ଗିରଫ ଉପରେ ରୋକ ଲଗାଇଛି ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ।

By

Published : Mar 9, 2019, 5:31 AM IST

Updated : Mar 9, 2019, 5:40 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଇନଷ୍ଟାଗ୍ରାମ@ ସୋନାକ୍ଷୀ ସିହ୍ନା

ପ୍ରୟାଗରାଜ: ଠକାମି ଅଭିଯୋଗକୁ ନେଇ ଚର୍ଚ୍ଚାରେ ବର୍ତ୍ତମାନ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଏକ କାର୍ଯ୍ୟକ୍ରମ ଆୟୋଜକ ସହ କଥିତ ଠକାମି ମାମଲାରେ ଦାୟର ଏଫଆଇଆର ସମ୍ପର୍କରେ ସୋନାକ୍ଷୀଙ୍କ ଗିରଫ ଉପରେ ଶୁକ୍ରବାର ରୋକ ଲଗାଇଛନ୍ତି । ସୋନାକ୍ଷୀ ସହିତ ଚାରି ଅନ୍ୟ ଲୋକଙ୍କ ବିରୋଧରେ ଏହି ଏଫଆଇଆର ପ୍ରମୋଦ ଶର୍ମା ନାମକ ଜଣେ ବ୍ୟକ୍ତି ଫେବୃଆରୀ 22ରେ ମୁରାଦାବାର କଟଘର ପୋଲିସ ଥାନାରେ ଦାୟର କରିଥିଲେ ।

ଏଫଆଇଆରରେ ସେ ଅଭିଯୋଗ ଲଗାଇଥିଲେ କି ସୋନାକ୍ଷୀ ଦିଲ୍ଲୀରେ ଗତ ବର୍ଷ ସେପ୍ଟେମ୍ବର 30ରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସହମତି ଭରିଥିଲେ । ଏହାପାଇଁ ସେ 37 ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ ।

ଅନ୍ୟପଟେ ସୋନାକ୍ଷୀ ଅନ୍ତିମ ସମୟରେ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମନା କରିଦେଇଥିଲେ । ଯାହା ପାଇଁ ଆୟୋଜକ ଶର୍ମାଙ୍କୁ କ୍ଷତି ସହିବାକୁ ପଡିଥିଲା । ସୋନାକ୍ଷୀ ଦ୍ବାରା ଦାୟର ରିଟ ଯାଚିକାର ନିସ୍ତାରଣ କରି ନ୍ୟାୟମୂର୍ତ୍ତୀ ନହୀଦ ଅରା ମୁନସ ଏବଂ ନ୍ୟାୟମୂର୍ତ୍ତୀ ବିରେନ୍ଦ୍ର କୁମାର ଶ୍ରୀବାସ୍ତବ ନିର୍ଦ୍ଦେଶ ଦେଇଛନ୍ତି କି ପୋଲିସ ଦ୍ବାରା ଏହି ମାମଲାର ତଦନ୍ତ ରିପୋର୍ଟ ଦେବା ପର୍ଯ୍ୟନ୍ତ ଅଭିନେତ୍ରୀଙ୍କୁ ଗିରଫ କରାଯିବ ନାହିଁ ।

କୋର୍ଟ ସୋନାକ୍ଷୀଙ୍କ ଗିରଫ ଉପରେ ରୋକ ଲଗାଇ ଏହି ନିର୍ଦ୍ଦେଶ ମଧ୍ୟ ଦେଇଛି କି ସୋନାକ୍ଷୀ ତଦନ୍ତରେ ସହଯୋଗ କରନ୍ତୁ । ଏହାସହ ତଦନ୍ତରେ ସହଯୋଗ ପାଇଁ ଯେତେବେଳେ ମଧ୍ୟ ତାଙ୍କୁ ଡକାଯିବ, ତେବେ ସେ ଉପସ୍ଥିତ ହେବା ନିହାତି ଦରକାର ।

Last Updated : Mar 9, 2019, 5:40 AM IST

ABOUT THE AUTHOR

...view details