ଓଡିଶା

odisha

By

Published : Nov 5, 2021, 3:37 PM IST

ETV Bharat / sitara

ରଣବୀରଙ୍କ ସହ ଦୀପାବଳି ପାଳିଲେ ଆଲିଆ

ପ୍ରେମ, ଆଲୋକ ଓ ରୁମର୍‌ ବଏଫ୍ରେଣ୍ଡ ରଣବୀର କପୁରଙ୍କ ସହିତ ଦୀପାବଳି ପାଳିଲେ ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ । ଅଧିକ ପଢନ୍ତୁ...

ରଣବୀରଙ୍କ ସହ ଦିୱାଲି ପାଳିଲେ ଆଲିଆ
ରଣବୀରଙ୍କ ସହ ଦିୱାଲି ପାଳିଲେ ଆଲିଆ

ମୁମ୍ବାଇ: ପ୍ରେମ, ଆଲୋକ ଓ ରଣବୀରଙ୍କ ସହ ଆଲୋକର ପର୍ବ ଦୀପାବଳି ପାଳିଲେ ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ । ସେ ସୋସିଆଲ ମିଡ଼ିଆରେ ରଣବୀରଙ୍କ ସହ ଏକ ଫଟୋ ପୋଷ୍ଟ କରି ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଦୀପାବଳି ଶୁଭେଚ୍ଛା । ଉଭୟ ପାରମ୍ପରିକ ପୋଷାକରେ ଆସିଛନ୍ତି ନଜର । ଏହି ଫଟୋ ଉପରେ ଫ୍ୟାନ୍ସଙ୍କ ଠୁ ଆରମ୍ଭ କରି ଅନେକ ସେଲିବ୍ରିଟି ରଖିଛନ୍ତି ପ୍ରତିକ୍ରିୟା ।

ଦୀପାବଳି ଅବସରରେ ଆଲିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୨ଟି ପୋଷ୍ଟ କରିଛନ୍ତି । ପ୍ରଥମ ପୋଷ୍ଟରେ ସେ ଦୀପ ସହିତ ପୋଜ ଦେଇଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ ଏକ ବାଇଗଣୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରେ ସେ ନିଜ ଫ୍ୟାନ୍ସଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଦ୍ବିତୀୟ ପୋଷ୍ଟରେ ସେ ରୁମର୍‌ ବୟଫ୍ରେଣ୍ଡ ରଣବୀରଙ୍କ ସହିତ ଆସିଛନ୍ତି ନଜର । ଏହି ଫଟୋରେ ଉଭୟ ପରସ୍ପର ଆଖିରେ ହଜିଯାଇଥିବା ଦେଖିବାକୁ ମିଳିଛି । ଏଥିରେ ଆଲିଆ କ୍ୟାପସନରେ ଲେଖିଛନ୍ତି ଯେ, "କିଛି ପ୍ରେମ ଓ ଦୀପାବଳିର ଶୁଭେଚ୍ଛା" ।

ଆଲିଆ ସେୟାର କରିଥିବା ଫଟୋରେ ରଣବୀର ଏକ ବ୍ଲାକ କୁର୍ତ୍ତା ପିନ୍ଧିଛନ୍ତି । ଉଭୟ ପରସ୍ପରକୁ ଆଲିଙ୍ଗନ କରି ସ୍ମାଇଲ ପୋଜ ଦେଇଥିବା ଦେଖିବାକୁ ମିଳିଛି । ଏହି କପଲ୍‌ ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚା ହେଉଛି । ଉଭୟ ବିରୁଷ୍କାଙ୍କ ପରି ଇଟାଲୀରେ ଡେଷ୍ଟିନେସନ ୱେଡିଙ୍ଗ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳିଛି । କିନ୍ତୁ ଏ ସମ୍ପର୍କରେ ଉଭୟ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

ସେପଟେ ରଣବୀର ଆଗକୁ 'ବ୍ରହ୍ମାସ୍ତ୍ର' ଓ 'ସମଶେରା' ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ବ୍ରହ୍ମାସ୍ତ୍ରରେ ରଣବୀରଙ୍କ ସହିତ ଆଲିଆ ମଧ୍ୟ ଆସିବେ ନଜର । ଏହାସହିତ ରକି ଔର ରାନି କି ପ୍ରେମ କାହାନୀ, ଗଙ୍ଗୁବାଇ କାଠିଆୱାଡି, RRR ମଧ୍ୟ ନଜର ଆସିବେ ଆଲିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details