ଓଡିଶା

odisha

By

Published : Jun 1, 2019, 12:58 AM IST

ETV Bharat / sitara

‘ସଡ଼କ-2’ର ପ୍ରଥମ ସିଡ୍ୟୁଲ ସୁଟିଂ ଶେଷ

ନଭେମ୍ବରରେ ରିଲିଜ ହେବାକୁ ଯାଉଥିବା ମଲ୍ଟି ଷ୍ଟାରର ଫିଲ୍ମ ‘ସଡକ-2’ର ପ୍ରଥମ ସିଡ୍ୟୁଲ ସୁଟିଂ ଶେଷ ହୋଇଛି । 1991ରେ ରିଲିଜ ହୋଇଥିବା ଫିଲ୍ମ ‘ସଡକ’ର ଏହା ସିକ୍ବେଲ ଫିଲ୍ମ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ପୂଜା ଭଟ୍ଟ

ମୁମ୍ବାଇ: 90 ଦଶତକ ସୁପରହିଟ୍ ଫିଲ୍ମ ‘ସଡକ’ର ରିମେକ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଛି । ଫିଲ୍ମ ମେକର ମହେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ଶେଷ ହୋଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଆଲିୟା ଭଟ୍ଟ ଓ ଆଦିତ୍ୟ ରାୟ କପୁର ନଜର ଆସିବେ । ପ୍ରଥମଥର ଏହି ଚାରି ଷ୍ଟାର ଏକାଠି ପରଦାରେ ଦେଖାଯିବେ ।

‘ସଡକ-2’ ପ୍ରଥମ ସିଡ୍ୟୁଲ ସୁଟିଂ ଶେଷ ହେବା ଅବସରରେ ପୂଜା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ମଜାଦାର କ୍ୟାପସନ ଜରିଆରେ ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇଛନ୍ତି ।

ସେ କ୍ୟାପସନରେ ଲେଖିଛନ୍ତି, "ପରିଶେଷରେ ସଡକ-2ର ପ୍ରଥମ ସିଡ୍ୟୁଲ ଶେଷ ହୋଇଯାଇଛି । ଆପଣଙ୍କୁ ଏହା ଜଣାଅଛି କି ଆପଣ ସେଟକୁ ପୁଣି ଆସିବାର ଇଚ୍ଛା ସହ ସକାଳେ ଉଠିଥାଆନ୍ତି ତେବେ ତାହା ଆପଣଙ୍କ ପାଇଁ ସ୍ପେଶାଲ ହୋଇଥାଏ । ପୁରା ଟିମକୁ ଧନ୍ୟବାଦ ।"

ଜଣାଇ ଦେଉଛୁ ଯେ, 1991ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ସଞ୍ଜୟ ଓ ପୂଜାଙ୍କ ଲଭ ଷ୍ଟୋରୀ ଦେଖିବାକୁ ମିଳିଥିଲା । ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ସଞ୍ଜୟ ଏହି ଫିଲ୍ମର ସିକ୍ବେଲ ତିଆରି କରିବାକୁ ମହେଶଙ୍କୁ କହିଥିଲେ । ସେ ନୂଆ ପିଢି ସହ ଫିଲ୍ମର ରିମେକ କରିବାକୁ ଚାହୁଁଥିଲେ ।

ଅନ୍ୟପଟେ ‘ସଡକ-2’ ନଭେମ୍ବରରେ ରିଲିଜ କରାଯିବାର ଯୋଜନା କରାଯାଇଛି । କିନ୍ତୁ ଏଯାବତ ଫିଲ୍ମ ଟିମ ଏବଂ କାଷ୍ଟକୁ ନେଇ ଅଧିକା ସୂଚନା ସାମ୍ନାକୁ ଆସିନାହିଁ ।

ABOUT THE AUTHOR

...view details